-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
କଣ୍ଟାମାଳ(ଜୟ କୁମାର ମହାରଣା) କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଫୂଟବଲ ଟୁର୍ନାମେଣ୍ଟ ଅନ୍ତିମ ତଥା ଉଦଯାପନୀ ଦିବସରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ଆଫ୍ରିକା -11(ନାଇଜେରିଆ ) ଓ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ଦଳ ମଧ୍ୟରେ ଖୁବ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ଖେଳ ଶେଷ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରିନଥିଲେ l ପରେ ଟ୍ରାଇବେକର ଜରିଆରେ ଆଫ୍ରିକା -11ଦଳ କୁ 4-2 ଗୋଲରେ ହରାଇ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ଦଳ ଟୁର୍ନାମେଣ୍ଟ ଚମ୍ପିୟାନ ହୋଇଛି l ଖେଳରେ ମୁଖ୍ୟଅତିଥିଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହିଧର ରଣା ,ସମ୍ମାନିତ ଅତିଥି ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ ଅଧ୍ୟକ୍ଷ ବୌଦ, ଜିଲ୍ଲା କ୍ରିକେଟ ଓ ଫୁଟବଲ ଆସୋସିଏସନ
ସମ୍ପାଦକ ଯୁଗଳ କିଶୋର ସାମଲ ,ଔଦ୍ୟୋଗୀକ କରୁଣାକର ସାହୁ,ପ୍ରକାଶ ସାହୁ ସରପଞ୍ଚ ପ୍ରତିନିଧି କଣ୍ଟାମାଳ, ସମାଜସେବୀ ତାପସ ଖଟୁଆ , ଅଜିତ କୁମାର ସାହୁ ସ୍ବସ୍ତି ରେଷ୍ଟୁରାଣ୍ଟ ମାଳିକ, ବିଶ୍ଵ ରଞ୍ଜନ ସାହୁ ଟେଷ୍ଟୀ ବେଷ୍ଟି ରେଷ୍ଟୁରାଣ୍ଟ ମାଳିକ, ସଂଜୀବ ସାହୁ ନୀରବ ଢାବା ମାଳିକ, ମଧୁସୂଦନ ସାହୁ ସରପଞ୍ଚ ପ୍ରତିନିଧି ଖଲିଆପାଲି, ପ୍ରଶାନ୍ତ ସାହୁ କଂଗ୍ରେସ ନେତା, ମାନସ ରଞ୍ଜନ ସାହୁ ସମାଜ ସେବୀ, ସନତ ମିଶ୍ର ଆଦି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ମହେନ୍ଦ୍ର ଦାସ ଓ ମନୋଜ ଶର୍ମା ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ,ସଦାଶିବ ମହାନନ୍ଦ, ବିକାଶ ସେଠି, ଅମିତ ନାୟକ ପ୍ରମୁଖ ମ୍ୟାଚ ରେଫରୀ ଓ ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୀରେନ୍ଦ୍ର ସାହୁ ମ୍ୟାଚ କମିଶନର ଭାବେ ସହଯୋଗ କରିଥିଲେ l ଆସୋସିଏସନ ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଫାଇନାଲ ଖେଳରେ ପଡିଆ ଚତୁଃର୍ପାର୍ଶ୍ୱ ଦର୍ଶକମାନଙ୍କ ପ୍ରବଳ ସମାଗମ ହୋଇଥିଲା l