-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
16-Feb-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମସିଣାଗୋରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅନୁଷ୍ଠିତ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ ଯୋଗ ଦେଇ କହିଛନ୍ତି l ପରିଚାଳନା ସମିତି ସଭାପତି ଦିଗାମ୍ବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଶ୍ରୀ ଭୋଇଙ୍କ ସମେତ କଣ୍ଟାମାଳ ସଂଙ୍କୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ମୁଖ୍ୟବକ୍ତା, ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା , ସ୍ଥାନୀୟ ସମିତି ସଭ୍ୟା ଭାରତୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ପାଇଁ ମଞ୍ଚଟିଏ ଉପରେ ବକ୍ତବ୍ୟ ରଖିଥିଲେ l ସଭା ପ୍ରାରମ୍ଭରେ ବିଦ୍ୟାମନ୍ଦିର ର ଶିଶୁ ଭଉଣୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ପ୍ରଧାନ
ଆଚାର୍ଯ୍ୟ ସୁଶାନ୍ତ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ l ସମ୍ପାଦକ ଭକ୍ତ ସାହୁ ଅତିଥି ପରିଚୟ ପ୍ରଦାନ, ସହଯୋଗୀ ଶିକ୍ଷାବିତ ସଂଜୀବ ବେହେରା ସଭା ଓ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ପରିଚାଳନା କମିଟୀ କୋଷାଧ୍ୟକ୍ଷ ତଥା ଶିକ୍ଷାବିତ ମନ୍ଦର ଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ସଦସ୍ୟ ଏବଂ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ମାନଙ୍କୁ ଶ୍ରୀଫଳ ପ୍ରଦାନ ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା ଏବଂ ଅନେକ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲାl ଉକ୍ତ ଉତ୍ସବରେ ବହୁ ଅତିଥି,ଅଭିଭାବକ/ଅଭିଭାବିକା ଉପସ୍ଥିତ ରହି ଶିଶୁମାନଙ୍କୁ
ଉତ୍ସାହିତ କରିଥିଲେ। ପରେ ଛାତ୍ରଛାତ୍ରୀ ଭାଇଭଉଣୀ ମାନଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ନୃତ୍ୟଗୀତ ପରିବେଷଣ ହୋଇଥିଲା l ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଓ ଅଭିଭାବକ ସହଯୋଗ କରିଥିଲେ।