-+91-9937148622 |

prerana_bgr@rediffmail.com |

  Tuesday 11th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||     

HOME   ଜିଲ୍ଲା

ଦିଲ୍ଲୀ ର ହାଉଜଖାସ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଦିବସ ପାଳନ

15-Feb-2024



ନୂଆଦିଲ୍ଲୀ(ପ୍ରେରଣା ଖବର ): ନୂଆଦିଲ୍ଲୀର ହାଉଜଖାସ ସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ର ୪୬ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ କରାଯାଇଛି।ତିନିଦିନ ଧରି ଅନୁଷ୍ଠିତ ଏହି ମହୋତ୍ସବ ରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାର ବର୍ଗ, ବନ୍ଧୁବାନ୍ଧବ ଓ ପରିଜନଙ୍କ ସହିତ ସାମିଲ ହୋଇଥିବାର ଦେଖା ଯାଇଥିଲା।ଏହି ଉପଲକ୍ଷେ ମନ୍ଦିର ର ପରିସରକୁ ଖୁବ ଭବ୍ୟ ଢଙ୍ଗରେ ରଙ୍ଗବେରଙ୍ଗ ର ଫୁଲ ଏବଂ ନାନା କିସମର ଆଲୋକମାଳାରେ ସଜ୍ଜା ଯାଇଥିଲା।ତିନିଦିନର ପ୍ରତିଷ୍ଠା ଉତ୍ସବ, ଗତ ୧୨ ତାରିଖ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ୧୪ତାରିଖ ରେ ସରସ୍ୱତୀ ପୂଜାର ଶୁଭ ଅବସରରେ ସମାପ୍ତ ଘଟିଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଦିବ୍ୟ ମନ୍ଦିର ର ସଂସ୍ଥାପନା ୧୯୭୯ ମସିହାର ସରସ୍ୱତୀ ପୂଜା ତିଥିରେ ହୋଇଥିଲା।  ଗତ ୧୪ ତାରିଖ ବସନ୍ତ ପଞ୍ଚମୀ ର ଶୁଭ ଦିନରେ ପ୍ରତିଷ୍ଠା

ଦିବସ ର ମୁଖ୍ୟ ଉତ୍ସବ ବୈଦିକ ନୀତି କ୍ରମେ  ସମ୍ପନ୍ନ କରାଯାଇଥିଲା। ସେଦିନ ସକାଳ ୧୦ଟା ସମୟରେ ମନ୍ଦିର ର ରତ୍ନ ସିଂହାସନରେ ବିରାଜମାନ  ଚାରିଠାକୁର ଜଗତର ନାଥ ଶ୍ରୀଜଗନ୍ନାଥ, ବଡଭାଇ ଶ୍ରୀବଳଭଦ୍ର,ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଙ୍କର ପୂଜାର୍ଚ୍ଚନା ଓ ନୀତିକାନ୍ତି ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା।ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମୃଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଘନ ଘନ ନାଦ ତଥା ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନୀରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। ମଧ୍ୟାହ୍ନ ୧୧ଟା ସମୟରେ ମନ୍ଦିର ସମ୍ମୁଖରେ ହୋମଯଜ୍ଞ ଆରମ୍ଭ କରାଯାଇଥିଲା। ଅପରାହ୍ନ ୪ଟା ବେଳେ ନାମଯଜ୍ଞର ପୂର୍ଣ୍ଣାହୁତି ଦିଆ ଯାଇଥିଲା।ଏଠାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ସୋମନାଥ ଭାରତୀ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ଭାରତୀ ମନ୍ଦିର ସମ୍ମୁଖସ୍ଥ ବିଦ୍ୟୁତ ତାରର  ଭୂତଳ ସରବରାହ  ବ୍ୟବସ୍ଥା କୁ ଶୁଭ ପ୍ରଦାନ କରିଥିଲେ।ସମଗ୍ର ପରିବେଶ ବେଶ ଭକ୍ତିପୂତ ହେବା ସାଙ୍ଗକୁ ଶ୍ରଦ୍ଧାଳୁ ମାନେ ଚତୁର୍ଦ୍ଧା ମୂର୍ତ୍ତି ଙ୍କର ଦର୍ଶନ କରି ଅପୁର୍ବ ଆଧ୍ୟାତ୍ମିକ ଉଛ୍ୱାସ ଏବଂ ଅଲୌକିକ ଐଶ୍ୱରୀୟ ଆନନ୍ଦ ଉପଲବଦ୍ଧି କରିବା ର ବିରଳ ଦୃଶ୍ୟ ବେଶ ଭାବଦ୍ଦୀପକ ଓ ମର୍ମସ୍ପର୍ଶୀ ଥିଲା।                   

ପ୍ରତିଷ୍ଠା ଦିବସ ଉପଲକ୍ଷେ ଭୁବନେଶ୍ୱର ର ସଂସ୍କୃତିକ ଅନୁଷ୍ଠାନ କଳାଶ୍ରମ ଏବଂ ନୀଳାଚଳ ସେବାସଂଘ ର ମିଳିତ ସହଯୋଗ ରେ ମନ୍ଦିର ପରିସରରେ ଆୟୋଜିତ ତିନି ଦିନିଆ ଗୁରୁକୃପା ଉତ୍ସବ-୨୦୨୩-୨୪ ଅବସରରେ ବହୁ ବିଶିଷ୍ଟ କଳାକାର ସେମାନଙ୍କର ସୃଜନଶୀଳ ପ୍ରତିଭା ଓ ପାରଦର୍ଶିତା ର ଚତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। ପ୍ରତ୍ୟେକ ସନ୍ଧ୍ୟା ର କାର୍ଯ୍ୟକ୍ରମ ସୁନାମଧନ୍ୟ ସଙ୍ଗୀତଜ୍ଞ  ଗୁରୁ ପ୍ରଶାନ୍ତ କୁମାର ବେହେରା ଓ ସାଥିଙ୍କ ଦ୍ୱାରା ସୁମଧୁର ଜଗନ୍ନାଥ ଭଜନ ପରିବେଷଣ ରୁ ଆରମ୍ଭ ହୋଇଥିଲା।ଗୁରୁ ଶ୍ରୀ ବେହେରା ଙ୍କ ସହିତ ଗାୟନରେ ତନୁଶ୍ରୀ  ତ୍ରିପାଠୀ, ରିତୀକା ଖାରେ,କିବୋର୍ଡ ରେ ସୁବୋଧ ନାରାୟଣ ପାଢ଼ୀ ଏବଂ ତବଲା ରେ ପ୍ରଦୀପ ମହାରଣା ସହଯୋଗ କରିଥିଲେ। ଗୁରୁକୃପା ଉତ୍ସବ ର ଅନ୍ୟାନ୍ୟ ବିଶେଷ ଆକର୍ଷଣ ମଧ୍ୟରେ କୋଲକତା ର ରିଂପା ସିବା ଙ୍କର ତବଲା ବାଦନ, ନୃତ୍ୟାଳୟ ଦ୍ୱାରା ଓଡ଼ିଶୀ ଗୋଷ୍ଠୀ ନୃତ୍ୟ 'ନୀଳାଦ୍ରି ନାଥ' ଓ 'ବାଳଗୋପାଳଷ୍ଟକ' ତଥା ସମ୍ବଲପୁରୀ  ନୃତ୍ୟନାଟିକା  'ମଥୁରା ଗମନ' ,ଗୁରୁ ବିଜୟ କୁମାର ଦାଶ ଓ ଶଚିକାନ୍ତ ପ୍ରଧାନଙ୍କ ଓଡିଶୀ ନୃତ୍ୟାଭିନୟ 'କୈବର୍ତ୍ତ ପ୍ରସଙ୍ଗ', ଗୁରୁ ରୀଲା ହୋତା ଓ ସୁଦର୍ଶନ ସାହୁ ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, 'ଉଇ ଆର ୱାନ' ପକ୍ଷରୁ ମଞ୍ଚସ୍ଥ ହୁଇଲ ଚେୟାରରେ ନୃତ୍ୟାଭିନୟ, ଗଣେଶ ବନ୍ଦନା ଓ ଭାଗବତ ଗୀତା  ନୃତ୍ୟ ନାଟିକା ,ଗୁରୁ ବନଶ୍ରୀ  ରାଓଙ୍କର ଭାରତ ନାଟ୍ୟମ, ଛଉ, କୁଚୁପୁଡି ଆଦି ନୃତ୍ୟ ସଂରଚନା, ଗୁରୁ ସନାତନ ନାୟକ ଓ ଟ୍ରୁପ ଦ୍ଵାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ ନାଟିକା 'ମାନିନୀ', ଦେବଜାନି ମୀତ୍ର  ଓ ବିଟ୍ଟୁ  ସରକାର ଫାଉଣ୍ଡେସନଙ୍କ ଦ୍ୱାରା କଥକ ନୃତ୍ୟ, କଳାଶ୍ରମ ର ଗୁରୁ ନିତ୍ୟାନନ୍ଦ ଦାସ ଓ ଗୁରୁ ବିଜୟ କୁମାର ଦାଶ ଙ୍କ ଦ୍ୱାରା ପ୍ରସ୍ତୁତ 'ହେ ଶଖା' ନୃତ୍ୟାଭିନୟ, ସୀତାକାନ୍ତ ବେହେରା ଓ ସାଥିଙ୍କ ଦ୍ଵାରା  ମଞ୍ଚସ୍ଥ ହାସ୍ୟନାଟକ 'ପେଟେଣ୍ଟ ମେଡ଼ିସିନ', ପତିତପାବନ କଳାନିକେତନ ଦ୍ୱାରା ପରିବେଷିତ ଓଡ଼ିଶୀ ଓ ସମ୍ବଲପୁରୀ ଗୋଷ୍ଠୀ ନୃତ୍ୟ ଏବଂ ଯାତ୍ରା ଜଗତର ପ୍ରସିଦ୍ଧ ତାରକା ଦୈତାରୀ ପଣ୍ଡା ଙ୍କର ଦମଦାର ଅଭିନୟ ଆଦି ଅନ୍ତର୍ଭୂକ୍ତ ଥିଲା। ବିଭିନ୍ନ ଦିବସ ର ସାଂସ୍କୃତିକ ସନ୍ଧ୍ୟାରେ ଅତିଥି ଭାବରେ  କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମିନାକ୍ଷୀ ଲେଖୀ,  ବରିଷ୍ଠ ପ୍ରଶାସକ ଡ଼ଃ ଅମରେନ୍ଦ୍ର ଖଟୁଆ, ଭି. ଶ୍ରୀନିବାସ, ଡ଼ଃ ନିତିନ ମଦନ,ମହାବୀର ସିଙ୍ଗଭୀ, ଡ଼ଃ.ସରୋଜ କୁମାର ଜେନା, ରବି ପାଣି ,ବିମଳ ପଣ୍ଡା, ସବିତା ପ୍ରଧାନ ଓ ମୀନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଇଂଜିନିୟର ଡ଼ଃ ଶ୍ରୀନିବାସ  ଘଟୁଆରୀ ସମଗ୍ର କାର୍ଯ୍ୟକ୍ରମ କୁ ସୁଚାରୁ ରୁପେ ସଞ୍ଚାଳନା କରିଥିଲେ।  ଗୁରୁକୃପା ଉତ୍ସବ ପରିଚାଳନା କରିବାରେ ରବୀନ୍ଦ୍ର ନାଥ ପ୍ରଧାନ, ଗୁରୁ ନିତ୍ୟାନନ୍ଦ ଦାସ ଏବଂ ବିଜୟ କୁମାର ଦାଶ ପ୍ରମୁଖ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।          

ମନ୍ଦିର ର ପ୍ରତିଷ୍ଠା ଦିବସ ସମାରୋହକୁ ଦକ୍ଷତାର ସହିତ ଆୟୋଜନ ଏବଂ ସଫଳତା ର  ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ବିଘ୍ନେଶ୍ବର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ତଥା କର୍ମକର୍ତ୍ତା ବୃନ୍ଦ ଯଥା ଅଶୋକ ପ୍ରଧାନ(କ), କ୍ଷୀରୋଦ ପାତ୍ର,ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ(ଖ), ଅଜୟ ପ୍ରଧାନ,ପଙ୍କଜ ମହାନ୍ତି, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମି ରଞ୍ଜନ ପ୍ରଧାନ,ସହ ପରିଚାଳକ ଶଶୀକାନ୍ତ ସାହୁ, ସଂଜୀଵ ଜେନା ଏବଂ ମନ୍ଦିର ର ପୂଜକ ସନାତନ ପାଢ଼ୀ, ଦେଵବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026
  ଜିଲ୍ଲା  
ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   11-Aug-2026
  ଜିଲ୍ଲା  
ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା   11-Aug-2026
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026

You Might Also Like