-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2024
ସିନ୍ଧେକେଲା(ପ୍ରେରଣା ଖବର ): ରାସ୍ତା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଗ୍ରାମାଞ୍ଚଳରୁ ସହରାଞ୍ଚଳ ସଂଯୋଗ ପାଇଁ ଅନେକ ଯୋଜନା ମାଧ୍ୟମରେ ରାସ୍ତା ତିଆରି କରାଯାଇଛି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଏବେ ବି ଅନେକ ରାସ୍ତା ମରଣାଯନ୍ତ୍ରା ପାଲଟିଛି । ଚାନ୍ଦୋତରାରୁ ଭୂର୍ଷାଗୁଡ଼ା ଯାଉଥିବା ରାସ୍ତା ଅବସ୍ଥା ବର୍ତ୍ତମାନ ବେହାଲ । ଏହି ରାସ୍ତା ଦେଇ ଦିନ ତମାମ ହଜାର ହଜାର ଲୋକେ ଯିବା ଆସିବା କରୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ରାସ୍ତା ସବୁ ଖାଲଖମାରେ ଭର୍ତ୍ତି । ସକାଳ ସକାଳ ରାସ୍ତା କୁ ଦେଖିଲେ ଲାଗେ ଯେମିତି ଏହା ରାସ୍ତା ନୁହେଁ ମରଣାଯନ୍ତ୍ରା । ଖାଲଖାମା ରାସ୍ତାରେ ବର୍ଷା ଦିନ ତ ଦୂରର କଥା ଏବେ ବି ପାଣି ଭର୍ତ୍ତି ହୋଇ କାଦୁଅ ହେଉଛି । ଏହି ରାସ୍ତାରେ ଚାରି ଚକିଆ ଗାଡି ଯିବା ଦୂରର କଥା ପାଦ ଚଳା ଲୋକଙ୍କୁ ମଧ୍ୟ ଅସୁବିଧାରେ ପକାଇଥାଏ । ଏହି ରାସ୍ତା ଦେଇ ଯାଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ମାନେ ଅନେକ ଥର ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବିଶେଷ କରି ସାପ୍ତାହିକ ବଜାର ଗୁଡିକରେ ଯାତାୟାତ ସମୟରେ ଲୋକଙ୍କ ସମସ୍ୟା ଆହୁରି ଜଟିଳ ହୋଇଥାଏ । ଭୂର୍ଷାଗୁଡ଼ା ସରପଞ୍ଚ ପିଙ୍କି ଛୁରା ଓ ଚାନ୍ଦୋତରା ସରପଞ୍ଚ ଜିତେନ ବଛା ମଧ୍ୟ ଏହି ରାସ୍ତା ସମ୍ପର୍କରେ ପ୍ରଶାସନ କୁ ବାରମ୍ବାର ଅବଗତ କରାଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସୁଫଳ ମିଳି ପାରିନାହିଁ । ଏଣୁ ଲୋକଙ୍କ ସୁବିଧା ଦୃଷ୍ଟି କୁ ନଜର ରେ ରଖି ଉକ୍ତ ରାସ୍ତା କୁ ସୁଗମ କରିବାକୁ ସାଧାରଣରେ ଦାବି ହେଉଛି ।