-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ଜିଲ୍ଲା

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ,ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଉତ୍ସବ ମୁଖର

14-Feb-2024



ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକାର ପର୍ଯ୍ୟଟନସ୍ଥଳୀ ପାପକ୍ଷୟ ଠାରେ ନିର୍ମାଣ ହୋଇଥିବା ପ୍ରଭୁ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି ।ଏଥିପାଇଁ ପୁଣ୍ୟପୀଠ ପରିସର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମରେ ଉତ୍ସବ ମୁଖରିତ ହୋଇପଡ଼ିଛି । ଅଞ୍ଚଳବାସୀଙ୍କ ଆର୍ଥିକ ସହଯୋଗ ଓ କିଛି ପରିମାଣରେ ସରକାରୀ ଅନୁଦାନ ପ୍ରଦାନ ପରେ ଏହି ବିରାଟ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି ।ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚଳିତ ମାସ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ ।ପର୍ଯ୍ୟଟନ ସ୍ଥଳୀରେ ପ୍ରଭୁ ଶିବ ପାର୍ବତୀ,ହନୁମାନ ଓ ରାଧାକୃଷ୍ଣ ମନ୍ଦିର ରହିଛି । ଏଣିକି ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ପରେ ପ୍ରଭୁ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ମଧ୍ୟ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରିବାର ସୁଯୋଗ ପାଇଥିବାରୁ ତାଙ୍କ ମହଲରେ ଉତ୍ସାହର ବାତାବରଣ ସୃଷ୍ଟି କରିଛି।ପ୍ରତିଦିନ ତିନି ଦିଅଁ ଙ୍କ ଦର୍ଶନ ପାଇଁ ଭକ୍ତ ଚାତକ ପରି ଅପେକ୍ଷା କରିଛନ୍ତି ।ଆଜି ପ୍ରତିଷ୍ଠା ଉତ୍ସବର ପ୍ରାରମ୍ଭରେ ଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅଞ୍ଚଳର ଶତାଧିକ ମହିଳାଙ୍କ ସମାବେଶ ହୋଇଥିଲା ପରେ ଏକ ବିରାଟ ଶୋଭାଯାତ୍ରାରେ ପୂଜା କର୍ତାଙ୍କ ସହ ପୁରୁଷ ଓ ମହିଳା ଭକ୍ତ ମାନେ ଚିରସ୍ରୋତା ମହାନଦୀକୁ ଯାଇ ପୁଣ୍ୟ ଜଳ ସଂଗ୍ରହ କରିଥିଲେ।ଶୋଭାଯାତ୍ରାରେ  ଘଣ୍ଟ,ଶଙ୍ଖ,ହୁଳହୁଳି ସହ ଭକ୍ତଙ୍କ ଜୟ ଧ୍ୱନିରେ ପରିବେଶ ପ୍ରକମ୍ବିତ ହୋଇଥିଲା ।ଯେଉଁ ଆଡେ ଦେଖିବ ଶ୍ରଦ୍ଧାଳୁ ଭକ୍ତଙ୍କ ଭକ୍ତିମୟ ସମାବେଶ ପର୍ଯ୍ୟଟନ କ୍ଷେତ୍ରକୁ ଉତ୍ସବ ମୁଖରିତ କରିଥିଲା ।କଳସ ଧରି ଶୋଭାଯାତ୍ରା କାରି ମନ୍ଦିରକୁ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ପୂଜକ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେ ୫୬ପ୍ରହରୀ ନାମଯଜ୍ଞ ରାତିଦିନ ଅନୁଷ୍ଟିତ ହେଉଥିବା ବେଳେ ବିଭିନ୍ନ ଦିବସରେ ରାମାୟଣ ପାରାୟଣ,ବିଷ୍ଣୁ ସହସ୍ର ନାମ, ସୁନ୍ଦରାକାଣ୍ଡ ପାରାୟଣ,ଗୋପାଳ ସହସ୍ର ନାମ,ଦେବଗଣଙ୍କ ପ୍ରାଣ

ପ୍ରତିଷ୍ଠା,ଅନନ୍ତ ମୁଖି ପଠନ,ବିଗ୍ରହଙ୍କ ମଣ୍ଡପେ ପୂଜାବିଧି,ଶିଖରରେ କଳସ, ସ୍ଥାପନ,ଧ୍ଵଜା ରୋହଣ,ମନ୍ଦିର ପ୍ରତିଷ୍ଠା,ବିଗ୍ରହଙ୍କ ସିଂହାସନ ରୋହଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ ।ଅନ୍ୟ ପକ୍ଷରେ ଏଠାରେ ବିରାଟ ଉଚ୍ଚରେ ନିର୍ମିତ ହନୁମାନଙ୍କ ବିଗ୍ରହ ଭକ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।ସେହିପରି ଏଠାରେ ଥିବା ବଟବୃକ୍ଷ ଅର୍ଗଲିରେ ଗଲି ଯେଉଁ ବ୍ୟକ୍ତି ଏପଟରୁ ସେପଟକୁ ଯାଇଥାଏ କୁଆଡେ ତାର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଥିବାରୁ ନୀତି ପ୍ରତିଦିନ ଏହି ପୁଣ୍ୟପୀଠ କୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନେ ଆସିଥାନ୍ତି ।ବର୍ତମାନ ଏହି ପୀଠ ପରିସରରେ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଥିବାରୁ ବିଗ୍ରହଙ୍କ ଦର୍ଶନ ନିମନ୍ତେ ଓ ପୁଣ୍ୟତୋୟା ପାପକ୍ଷୟ ରେ ନିଜର ପାପକୁ ମୁକ୍ତ କରିବା ପାଇଁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହେବାର ଆଶଙ୍କା ରହିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like