-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2024
ବଲାଙ୍ଗୀର// ଗତକାଲି ରାତିରେ ବଲାଙ୍ଗୀର ସମଲେଶ୍ୱରୀ ନର୍ସିଂ ହୋମ୍ ନିକଟସ୍ଥ ୟୁବୋଦୟ ଲିଡ ସ୍କୁଲ କେମ୍ପସ ଭିତରୁ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରୀ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନାରୁ ପ୍ରକାଶ ଯେ, ଗତକାଲି ସଂଧ୍ୟାରେ ସ୍କୁଲର ସ୍କୁଲର ମେନ୍ ଏଂଟ୍ରି ଗେଟ୍ ରେ ତାଲ ଦେଇ ଘରକୁ ଯାଇଥିଲେ ସ୍କୁଲର ଏଡମିସନ୍ ଇନଚାର୍ଜ ଶୁବାଶିିଷ ଖମାରୀ । ଶୁବାଶିଷଙ୍କ ଘର ବଲାଙ୍ଗୀର ସହରର ତୁଳସୀ ନଗରର ହୋଇଥିବା ବେଳେ ଆଜି ସକାଳ ପ୍ରୟ ୮ଟା ସମୟରେ ଶୁବାଶିଷ ସ୍କୁଲ ମେନ ଏଣ୍ଟ୍ରି ଗେଟ୍ ଖୋଲି ଭିତରକୁ ଗଲା ବେଳେ ସ୍କୁଲର ସମସ୍ତ ଜନିଷପତ୍ର ଇତସ୍ତତ ହୋଇ ପଡିଥିବା ଦେଖିବାକୁ ପାଇଥିଲେ । ସ୍କଲର ୪ ଟି ତାଲା ଭାଙ୍ଗି ଚାରୋଟି କୋଠରୀରୁ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରୀ ହୋଇଥିବା ଜଣା ପଡିଛି । ୫ଟ ୱାଲ୍ ଫେନ୍ , ଇନ୍ଡକସନ କୁକର, ସିସି ଟିଭିର ଡିଭିଆର୍ ମେସିନ, ଗୋଟିଏ ମୋବାଇଲ୍ ଚୋରୀ ହୋଇଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ସ୍କୁଲର ଏଡମିସନ୍ ଇନଚାର୍ଜ ଶୁବାଶିିଷ ଖମାରୀ ବଲାଙ୍ଗୀର ଟାଉନ ଥାନାରେ ଚୋରୀ ସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ବିଭିନ୍ନ ଦିଗ ଉପରେ ତର୍ଜମା କରୁଛି ।