-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
12-Feb-2024
(ଡୋଲେସ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ପାଞ୍ଚ ଗୋଟି ବ୍ଲକ ଏବଂ ତିନି ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଆଜି ଶାନ୍ତି ପୂର୍ଣ୍ଣ ବନ୍ଦ ପାଳିତ ହୋଇଅଛି। ନୂଆପଡ଼ା ଏବଂ ଖଡିଆଳ, କୋମନା ଠାରେ ୩୫୩ ନମ୍ୱର ଜାତୀୟ ରାଜପଥ ୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ପାଳିତ ହୋଇଥିବା ବେଳେ ସିନାପାଲି ବୋଦେ ଠାରେ ବିଜୁ ଏକ୍ସପ୍ରେସ ୱେ କୁ ମଧ୍ୟ ଅବରୋଧ କରିଛନ୍ତି। ନୂଆପଡ଼ା ଏବଂ ଖଡିଆଳ ବୋଡ଼େନ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି। ମହିଳା ଏବଂ ପୁରୁଷ ମାନେ ସାମିଲ ହୋଇ ଶ୍ରମିକଙ୍କ ହକ ଏବଂ ଅଧିକାର ପ୍ରଦାନ ଦିଗରେ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ। ନୂଆପଡ଼ା ଦାଦନ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ରାଜ୍ୟ ବାହାରେ ଶ୍ରମିକ ଶୋଷଣ ଏବଂ ଶିଳ୍ପ ବିହୀନ ଜିଲ୍ଲା ରେ ରୋଜଗାର ସୁଯୋଗ ସୃଷ୍ଟି, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ଜିଲ୍ଲା ମହକୁମା ସ୍ଥାନାନ୍ତର କରିବା ସହ ମଦ ମୁକ୍ତ ଗ୍ରାମ ଗଠନ ପାଇ ଦାବୀ ଜଣାଇଛନ୍ତି। ନୂଆପଡ଼ା ଠାରେ ନୂଆପଡ଼ା ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ ଏବଂ ଖଡିଆଳ ଠାରେ କେଶବ ବେହେରା, ବ୍ଲକ ସଭାପତି ଚୈତନ୍ୟ ତାଣ୍ଡି ପ୍ରମୁଖ ନେତୃତ୍ବ ନେଇଥିଲେ। ସକାଳ ୬ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଆଠ ଘଣ୍ଟା ବନ୍ଧ ପାଳିତ ହୋଇଯାଇଅଛି