-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଆଗଲପୁର ବ୍ଲକ ଅନ୍ତର୍ଗତ ବେନ୍ଦ୍ରା ରଘୁନାଥ ମଠର ମହନ୍ତ ଯମୁନା ଦାସ ମହାରାଜାଙ୍କ ପୌରହିତ୍ୟରେ ଲୋଇସିଂହା ବ୍ଲକ ରୁଗୁଡ଼ିଖାଲ ମାନସ ବିହାରଠାରେ ବିଶ୍ଵଶାନ୍ତି ନିମିତ୍ତ ସପ୍ତବିଂଶତମ ଶ୍ରୀରାମ ଚରିତ ମାନସ ଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଆଖପାଖ ନଅ ଟି ଗ୍ରାମର ସାହସ୍ରାଧିକ ଭକ୍ତବୃନ୍ଦ ଓ ମହିଳା ମାନେ ଶୋଭାଯାତ୍ରା ରେ ସାମିଲ ଥିଲେ l ନଅଦିନ ବ୍ୟାପୀ ହେବାକୁ ଥିବା ଏହି ଯଜ୍ଞରେ ଗୌରିଶଙ୍କର ମିଶ୍ର ଯଜ୍ଞାଚାର୍ଯ୍ୟ ଦାୟିତ୍ଵ ନିର୍ବାହ କରୁଥିବା ବେଳେ ବ୍ୟାସ ଉଦ୍ଧବ ତ୍ରିପାଠୀ ଓ ଛନ୍ଦାଚରଣ ଦାସ ରାମଚରିତ ମାନସ ପଠନ କରିବେ l ରାମପୁର ଗ୍ରାମକୁ ଅଯୋଧ୍ୟା ଓ ନେଗିପାଲିକୁ ମିଥିଳା ଭାବେ ଚିତ୍ରଣ କରାଯାଇ ସୀତା ବିବାହ, ଶବର ଲୀଳା, ଶବରୀର ଫଳଖିଆ ପ୍ରଭୃତି ରୂପକ ଆୟୋଜିତ ହେବ । ଆସନ୍ତା ୧୩ରୁ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ୧୬ରୁ ନାମଯଜ୍ଞ ଆରମ୍ଭ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ l ରୁଗୁଡିଖାଲ ମାନସ ଯଜ୍ଞ କମିଟି ସଭାପତି ଯୁଧିଷ୍ଠିର ପଧାନ, ଉପ ସଭାପତି ବିକ୍ରମ ସିଂ ରାଏ, ଉତ୍ତମ ଭୋଇ, ସମ୍ପାଦକ ବେଦପତି ପଧାନ, କିଶୋର ଦର୍ଜୀ, ମଧୁସୂଦନ ପଧାନ, କୋଷାଧ୍ୟକ୍ଷ ସୁଧାଂଶୁ ସାହୁ ଉପସ୍ଥିତ ଥିଲେ l