-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
କଣ୍ଟାମାଲ (ଜୟ କୁମାର ମହାରଣା)
କଣ୍ଟାମାଳ ବ୍ଳକ ଖଟଖଟିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ଭିତ୍ତିଭୂମୀର ବିକାଶ ପାଇଁଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ରଙ୍ଗାରଙ୍ଗ ସାଂସ୍କୃତିକ ମଞ୍ଚରେ ଖଟ ଖଟିଆ ଗ୍ରା.ପ.ର ସରପଞ୍ଚ ଅରବିନ୍ଦ ପାଣ୍ଡେ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଉପା ଧକ୍ଷ ଶଙ୍କର୍ଷଣ ପ୍ରଧାନଯୋଗଦେଇ ଓଡିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ କିପରି ସମସ୍ତଙ୍କ ପାଖରେ ପହଞ୍ଚି ଜନ ସାଧାରଣ ଲାଭ ପାଇପାରିବେ ତା ଉପରେ ସମସ୍ତଙ୍କୁ ସଚେତନ କରିଥିଲେ।ସେହିପରି ସମ୍ମାନୀତ ଅତିଥି ଭାବେ ସମାଜସେବୀ ବିଜିତ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ଅନନ୍ତ ବେହେରା ପ୍ରମୁମ ଉପସ୍ଥିତ ରହି ଜନସାଧାରଣଙ୍କୁ ଓଡ଼ିଶା ସରକାରଙ୍କ ଜନହିତକର କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। କଣ୍ଟାମାଳ ବଡ଼ କୁଶୁଙ୍ଗ ର ପାଲା କଳାକାର ମାନେ ଓଡ଼ିଶା ସରକାରଙ୍କ ଜନହିତକାରୀ ଯୋଜନା ଉପରେ ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ ଏବଂ ସ୍ଥାନୀୟ ବିଦ୍ୟାଳୟମାନଙ୍କ ଛାତ୍ରଛାତ୍ରୀଙ୍କ ନୃତ୍ୟଗୀତରେ ରଙ୍ଗାରଙ୍ଗ ମଞ୍ଚକୁ ଦ୍ଵିଗୁଣିତ କରିଥିଲା। ଶେଷରେ ଅତିଥିଙ୍କ ଦ୍ଵାରା ମଞ୍ଚସ୍ଥ କଳାକାରଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସାମାଜିକ, ଭାଷା, ସଂସ୍କାର, ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ପ୍ରତିଭାଧାରୀଙ୍କୁ ସମ୍ମାନୀତ କରାଯାଇଥିଲା। କୃଷି କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍କୀର୍ତ୍ତନ ଦେହୁରୀ , ସମସ୍ତ ଆଶା, ଅଙ୍ଗନୱାଡି, ସି ଆର୍ ପି, ଏ ଏ ନ୍ ଏ ମ୍ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ପରିଚାଳନା ଭାବେ ଜିଆରଏସ ଉଜ୍ଜଳ ଅଗ୍ରୱାଲା,ଅତିଥି ପରିଚୟ, ଶିକ୍ଷକ ସମୀର ପ୍ରଧାନ ,ମଞ୍ଚ ପରିଚାଳନା ଶିକ୍ଷକ ରଞ୍ଜୁ ଅମାତ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଧନ୍ୟବାଦ ଦେଇଥିଲେ। ପଞ୍ଚାୟତର ଜନସାଧାରଣ ଉପସ୍ଥିତ ଥିଲେ