-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ତୁଷୁରା (ପଞ୍ଚାନନ ନାଏକ) ତୁଷୁରା ସହର ସ୍ଥିତ ହାଇସ୍କୁଲ ଖେଳ ପଡିଆ ଠାରେ ଶୁକ୍ରବାର ତୋଷାଳୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ତୁଷୁରା ଇଷ୍ଟ ଦେବୀ ମାଁ ସମଲେଶ୍ବରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମଣ କରି ମହୋତ୍ସବ ସ୍ଥାନରେ ପହଞ୍ଚି ଥିଲା। ଜିଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ତୁଷୁରା ଏନଏସିର ଅଧ୍ୟକ୍ଷା ମାମୀ ଦାସ ଶୋଭାଯାତ୍ରାରେ ସାମିଲ ଥିବା ବେଳେ ଅଞ୍ଚଳର ପାରମ୍ପରିକ ବାଦ୍ୟ, ଗୌରଗୋଠର ଘୁମୁରା, କୁମ୍ଭାରୀର ଆଦୀବାସୀ ନୃତ୍ଯ ଆଦି ଶୋଭାଯାତ୍ରାରେ ସାମିଲ ଥିଲେ । ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ସ୍ମାରକ ରଞ୍ଜନ ମିଶ୍ର ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ଡାକ୍ତର ମଞ୍ଜୁବାଲା ପଣ୍ଡା ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ ଥିଲେ। ଜିଳା କେନ୍ଦ୍ର ସମବାୟ ବ୍ୟାଙ୍କର ଉପସଭାନେତ୍ରୀ ଦୀପ୍ତିମୟୀ ସାହୁ ଓ ନର୍ଲା ବ୍ଳକ ଅଧ୍ୟକ୍ଷ ମୁନା ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।ତୁଷୁରାର ନଟରାଜ ସଙ୍ଗୀତ ମହାବିଦ୍ୟାଳୟ, ଭାଲେରର ସମଲେଶ୍ବରୀ କଳାପରିଷଦ, କୋଟପାଟର ଢେମସା, ଖୋର୍ଦ୍ଧର ପାଇକ ଆକଟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ସୁଧିର ନାଏକ ଓ ପ୍ରଚିତି ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ମହୋତ୍ସବ କମିଟିର ସୁରେଶ ଚନ୍ଦ୍ର ସାହୁ, ଦେବବ୍ରତ ପାଣିଗ୍ରାହୀ, ଲିସନ ପ୍ରଧାନ, ବ୍ରହ୍ମାନନ୍ଦ ପାଣ୍ଡିଆ, ଜିତେନ୍ଦ୍ର ମହାପାତ୍ର ଆଦି ସହଯୋଗ କରିଥିଲେ ।