-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ଆଜି ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ନିୟମିତ ଚଳାଚଳ ଆଜିଠାରୁ ଆରମ୍ଭ ହୋଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ ୩ ଫେବୃଆରୀ ଦିନ କରାଯାଇଥିଲା |
୧୮୪୨୧ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା ୭.୩୫ ମି.ରେ ଛାଡି ଆଜି ଭୋର ୬ ରେ ସୋନପୁରରେ ପହଞ୍ଚିଥିଲା |ଆଜି ସୋନପୁରରୁ ସନ୍ଧ୍ୟା ୭.୩୦ ଛାଡି ଶନିବାର ସକାଳ୬.୫୫ ରେ ପୁରୀରେ ପହଞ୍ଚିବ | ଏହି ଟ୍ରେନ ପୁରୀ ଏବଂ ସୋନପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ ବୋଲି ରେଳବାଇ ସୁତ୍ରରୁ ପ୍ରକାଶ।ଏହି ଟ୍ରେନରେ ଗୋଟିଏ ଏସି ୨ ଟାୟାର, ସାତଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗ ଜନ କୋଚ୍ ଏବଂ ଗୋଟିଏ ଗାର୍ଡ, ଲଗେଜ୍ ତଥା ମୋଟର କୋଚ୍ ଉପଲବ୍ଧ ରହିଥିବା ଜଣାପଡିଛି | ଆଜି ସୋନପୁର ଠାରୁ ଛାଡିଥିବାଟ୍ରେନରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିବା ଜଣା ପଡିଥିବାବେଳେ ବହୁ ଯାତ୍ରୀ ରିଜର୍ଭେସନ୍ ଟିକେଟ ନପାଇ ସାଧାରଣ ବଗିରେ ଯାଇଥିବା ଓ କିଛି ଯାତ୍ରୀ ନିରାଶ ମନରେ ଫେରି ଯାଇଥିବା ଯୋଗୁଁ ଏହି ଟ୍ରେନ୍ ସାପ୍ତାହିକ ବଦଳରେ ପ୍ରତିଦିନ ଚଳାଇବା ପାଇଁ କିଛି ଯାତ୍ରୀ ଦାବି କରିଛନ୍ତି।