-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ଢେଙ୍କାନାଳ (ପ୍ରେରଣା ଖବର ): ଢେ଼ଙ୍କାନାଳ. କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟା ଭାଟି ରେ କାମ କରୁଥିବା ୪ଶ୍ରମିକ ପୋଡ଼ି ହୋଇ ମୃତ।ରାତି ରେ ଭାଟି ରେ ନିଆଁ ଲଗାଇ ନିକଟ ରେ ସୋଇଥିବା ବେଳେ ସେହି ନିଆଁ ରେ ପୋଡ଼ି ଜୀବନ୍ତ ଦଗ୍ଧ ହେଲେ। ୪ ଜନ ଙ୍କ ଭିତରୁ ଜନେ ୭ ବର୍ଷ ଶିଶୁ ଥିବା ସୂଚନା।ବ୍ରାହ୍ମଣୀ ନଦୀ କୁଲ ରେ ରହିଛି ଇଟା ଭାଟି।ଗତ କିଛିଦିନ ତଳେ ମଧ୍ୟ ଦୁଇ ଶ୍ରମିକ ଇଟା ଭାଟି ରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ।ଇଟା ଭାଟି ଟି ବେଆଇନ ଭାବେ ଚାଲୁଥିଲା।ମୃତ ଦେହ ଗୁଡ଼ିକୁ ନିକଟ ର ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରିଥିବା ସୂଚନା।ସମସ୍ତେ ଛତିଶଗଡ ର ହୋଇଥିବା ସୂଚନା। ୪ ମୃତକ ଙ୍କ ଘର ସରିଫବାଦ ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି ମୃତ ଦାଦନ ଶ୍ରମିକ ମାନେ ହେଲା ମେଘନାଥ ଭୋଇ (୫୦), ନିରା ଭୋଇ (୪୫) ଶିବଦାସ ଭୋଇ (୪୮), ଜିତୁ ଭୋଇ( ୭ )ବର୍ଷ