-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ)
ଚତୁର୍ଦ୍ଦଶୀ ଅବସର ରେ ତ୍ରିବେଣୀ ସଙ୍ଗମ ବା ଦ୍ବିତୀୟ ବାରାଣସୀ କୁହାଯାଉଥିବା ସୋନପୁର ର ଶ୍ରୀ ରାମେଶ୍ୱର ଶୈବ ପୀଠ ଠାରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ଆନୁକୁଲ୍ୟରେ ଏକ ସାମୁହିକ ବ୍ରତପନୋୟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୧୫ ଜଣ ଗରିବ ବ୍ରାହ୍ମଣ ପିଲା ଯଜ୍ଞପୋବିତ ଧାରଣ କରିଥିଲେ। ସେବା ଟ୍ରଷ୍ଟ ପକ୍ଷରୁ ଗରିବ ବ୍ରାହ୍ମଣ ପିଲାଙ୍କୁ ନେଇ ମାଗଣା ରେ ସାମୂହିକ ବ୍ରତୋପନୟନ କରାଯାଇଛି। ଏଥିରେ ପୂଜକ ଭାବେ ପଣ୍ଡିତ ରାଧେଶ୍ୟାମ ପୁରୋହିତ ,ରାଜୀବ ଲୋଚନ ପଣ୍ଡା, ରମେଶ ପାଣିଗ୍ରାହୀ, ବୁଲୁ ମିଶ୍ର, କରୁଣା କର, ସୁଦର୍ଶନ ହୋତା, ବୀରେନ୍ଦ୍ର ଚାନ୍ଦ, ରାଜକିଶୋର ପୁରୋହିତ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଆନନ୍ଦ ପୂଝାହାରୀ, ରାମାନୁଜ ପୂଝାରୀ, ସୁଶାନ୍ତ ପୁରୋହିତ, ନୀଳମଣି ହୋତା, ବୈକୁଣ୍ଠ ମିଶ୍ର, ଘନଶ୍ୟାମ ପଣ୍ଡା, ସୁଦାମ ପଣ୍ଡା, ସାନନ୍ଦ ଦାଶ, ଗୋପାଳ ପାଢୀ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଏହି ଯଜ୍ଞ ରେ ରୋହିତ ଦାଶ, ଆମରେଶ ପଣ୍ଡା, ଶୁଶାନ୍ତ ଚାନ୍ଦ, ଶୁରେଶ୍ ପଣ୍ଡା, ରାହୁଲ ଚାନ୍ଦ, ସଚିନ ଚାନ୍ଦ, ମିଲନ ଚାନ୍ଦ, ପୀୟୁଷ ମିଶ୍ର, ସୁଶୀଲ ପୁରୋହିତ, ସମ୍ବିତ ଯୋଶୀ, ଗିରିଧାରୀ ପୁରୋହିତ, ବାସୁଦେବ ପଣ୍ଡା, ସତ୍ୟ ଜିତ୍ ପାଢ଼ୀ, ଜ୍ଞାନେନ୍ଦ୍ର ମିଶ୍ର, କୁନାଲ ଦାଶ ପ୍ରମୁଖ ପାଖ ଆଖ ଗାଁ ଓ ଜିଲ୍ଲା ରୁ ୧୫ ଜଣ ବାଲ ବ୍ରହ୍ମଚାରୀ ସାମିଲ୍ ହୋଇ ଏହି ଯଜ୍ଞ ର ଅପୂର୍ବ ସୁଯୋଗ ନେଇ ଥିଲେ l ଚନ୍ଦ୍ରିକା ଟ୍ରଷ୍ଟ ସଭାପତି ବଣ୍ଟୁ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହୀ କାର୍ଯ୍ୟକ୍ରମରେ ଉପ ସଭାପତି ସନ୍ତୋଷ ମିଶ୍ର, ସମ୍ପାଦକ ନାରାୟଣ ରଥ, ପିନି ମହାପାତ୍ର, ରୀନା ବାରିକ, ଜୟନ୍ତୀ ରଥ, ଭଗବତୀ ରାୟଗୁରୁ, ସନ୍ତୋଷିନୀ ନନ୍ଦ, ରାଜକୁମାର ମେହେର, ରାଜେନ୍ଦ୍ର ମେହେର, ସତ୍ୟବ୍ରତ ପଧାନ, ଦେବାଶିଷ ପଟ୍ଟନାୟକ , ଶିଶୁ ସେବକ ଶ୍ୱେତ ପ୍ରଜ୍ଞା ମିଶ୍ର, ସାଇ ସ୍ଵରୂପ ମିଶ୍ର, ହିତିକ ଅଗ୍ରୱାଲl , ହାର୍ଦ୍ଦିକ ଅଗ୍ରୱାଲl , ହେନା ଅଗ୍ରୱାଲା ପ୍ରମୁଖ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ଏଡିଏମ୍ ଅଞ୍ଜଳୀନl ପଧାନ , ଉପ କାରାଗାର ଅଧୀକ୍ଷକ ଦିଲେସ୍ୱର ଜେନା, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପଠାଣ କୁମାର୍ ପଣ୍ଡା, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଯୋଗ ଦେଈ ବାଲ ବ୍ରହ୍ମଚାରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରି ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ଗତ ବର୍ଷ ୨୦୨୩ ରୁ ଏଇ ସେବା ଟ୍ରଷ୍ଟ ରକ୍ତ ଦାନ, ପରିବେଶ ସୁରକ୍ଷା, ଜଳ ଛତ୍ର ଶିବିର , ମେଡ଼ିକାଲ ରୋଗୀ ଙ୍କୁ ମାଗଣା ରେ ଅନ୍ନ ଦାନ ଓ ଅସହାୟ ଲୋକ ଙ୍କୁ ସହାୟତା ଓ ସରକାରୀ ସ୍ତର ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ସହଯୋଗ କରି ଆସୁଥିବାରୁ ସହର ତଥା ଜିଲ୍ଲା ବାସୀ ସଂଗଠନ କୁ ଭୂୟସୀ ପ୍ରଶଂସା କରିଛନ୍ତି l