-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ବୋଡ଼େନ (ଡୋଲେସ୍ଵର ଵାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଜୟବାହାଲ୍ ଗ୍ରାମରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ,ନୂଆପଡ଼ା ଓ ସିନାପାଲି ଆନୁକୁଲ୍ୟରେ ନିର୍ମଳ ଝରର ବାର୍ଷିକ ଉତ୍ସବ ପାଳିତ ।ଜୟବାହାଲ ଭଜନ ମଣ୍ଡଳୀର ଆବାହକ ସଞ୍ଜୟ ଛତ୍ରିଆ ସ୍ବାଗତ ସମ୍ଭାଷଣ ରଖିଥିବାବେଳେ ଜିଲ୍ଲା ସଭାପତି ନଟବର କ୍ଷେତ୍ରୀଙ୍କ ଦ୍ଵାରା ଉଦଘାଟନୀ ସମ୍ଭାଷଣ ରଖିଥିଲେ ।ଉଦ୍ଧବ ସଲମା ସଭାପତି ଶ୍ରୀ ସତ୍ୟସାଇ ନିର୍ମଳ ଝର ବାର୍ଷିକ ବିବରଣୀ ପଠନ କରିଛନ୍ତି ।ନିର୍ମଳ ଝର ଉପଭୋକ୍ତାଙ୍କ ଅନୁଭୂତି ଦୃଷ୍ଟିରୁ ଦିନେଶ ସଲମା ଓ ପ୍ରକାଶ ସଗରିଆ ନିଜ ନିଜ ଅନୁଭୂତି ପ୍ରକାଶ କରିଥିଲେ । ତଦ୍ ପରେ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ସୁବ୍ରତ କୁମାର ରାଉତ, ରାଜ୍ୟ ପାଦୁକାଯତ୍ରା ନିର୍ବାହକ ଓଡ଼ିଶା ଓଁ ଶ୍ରୀ ସାଇରାମ୍ ରୁ ଆରମ୍ଭ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଉପସ୍ଥିତ ଥିବା ସମସ୍ତ ସାଇରାମ ଭକ୍ତଙ୍କୁ ବକ୍ତବ୍ୟ ଓ ପ୍ରବଚନ ମାଧ୍ୟମରେ ପ୍ରଭୂରସ ପାନ କରାଇ ପୁଣ୍ୟ ଅର୍ଜିବା ଓ ଜନ ସେବା କରିବାର ମାଧ୍ୟମ ଦେଖାଇଛନ୍ତି ବୋଲି ସମସ୍ତଙ୍କ ପାଟିରୁ ଝରି ପଡିଥିଲା ସାଇରାମ ଧ୍ଵନି ।ପ୍ରିୟରଞ୍ଜନ ନାୟକ ରାଜ୍ୟ ପାଦୁକା ଯାତ୍ରା ସଦସ୍ୟ ଓଡ଼ିଶା ଓ କ୍ଷୀରୋଦ କୁମାର ସାହୁ ପୂର୍ବତନ ଜିଲ୍ଲା ସଭାପତି ବଲାଙ୍ଗୀର ମଧ୍ୟ ନିଜ ନିଜ ଅମୃତ ବଚନ ସାଇ ରାମ ଭକ୍ତଙ୍କ ଆଗରେ ଉପସ୍ଥାପନ କରିଛନ୍ତି ।ବାଳ ବିକାଶ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଜଗଦୀଶ ମେହେର ଆବାହକ ସିନାପାଲି ସମିତି କୃତଜ୍ଞତା ଅର୍ପଣ କରିଥିଲେ ।ଉପସ୍ଥିତ ଜନ ସାଧାରଣ ତଥା ସାଇରାମ ଭକ୍ତ କିଛି ସମୟ ହଜାଇ ଦେଇଥିଲେ ସାଇ ରସ ପାନ କରିବାରେ ।