-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ଆଟଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ଦଶମ ବୋର୍ଡ଼ ପରୀକ୍ଷା ହେବାକୁଥିବା ଛାତଛାତ୍ରୀମାନଙ୍କ ପାଇଁ ଏକ ଦିବସିୟ ତାଲିମ ଶିବିରରେ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମହିମୁଣ୍ଡା, ଆଟଗାଁ, କୁରୁଲ, ଭାଲେର, ଲେପଟା, ଦଶପୁର, ପଥର୍ଲା ଓ ବନ୍ଧପଡା
ଉଚ୍ଚ ବିଦ୍ୟାଳୟର ଶ୍ରେଷ୍ଠ 36 ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ଯଥା ଓଡ଼ିଆରେ ଦିଲୀପ କୁମାର ଯୋଶୀ,ପ୍ରଧାନ ଶିକ୍ଷକ,ଇଂରାଜୀରେ ଅଭିପ୍ସା ପଟ୍ଟନାୟକ, ସଂସ୍କୃତରେ ବିନୋଦ ମିଶ୍ର, ହିନ୍ଦୀରେ ସୁଶୀଲ ନାଏକ, ଗଣିତରେ ଜ୍ୟୋତ୍ସ୍ନା ଭୋଇ, ସାମାଜିକ ବିଜ୍ଞାନରେ ସନାତନ ବାଗ ତଥା ସାଧାରଣ ବିଜ୍ଞାନ ବିଷୟରେ ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡା ମାର୍ଗଦର୍ଶନ କରିଥିଲେ l ଶିକ୍ଷକ ରୋହିତାଶ୍ୱ ଯୋଶୀ ଓ ଶିକ୍ଷୟତ୍ରୀ ସନ୍ତୋଷିନୀ ସାହୁ ତଥା ସମସ୍ତ ଶିକ୍ଷକ ଶିକ୍ଷl କର୍ମଚାରୀ ସହଯୋଗ କରିଥିଲେ l ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l