-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
ନାକଟିଦେଉଳ(କନ୍ଦର୍ପ ବେହେରା): ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞଠାରେ ଜଙ୍ଗଲରେ ନିଆଁ ଓ ତାର ନିରାକରଣ ସଂପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ା ଗିରିଶ୍ଚନ୍ଦ୍ରପୁର ରେଞ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏସିଏଫ୍ ଅଶ୍ବିନୀ ବେହେରା ମୁଖ୍ୟଅତିଥି ,ମୁଖ୍ୟ ବକ୍ତା ଭାବରେ ସଦାନନ୍ଦ ଭୋଇ, ସମ୍ମାନୀତ ଅତିଥି ଭାବରେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ, ପାଣିମୋରା ସରପଞ୍ଚ ଜଗବନ୍ଧୁ ସାହୁ, ସମାଜସେବୀ ରଘୁନାଥ ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, କିସିଣ୍ଡା ରେଞ ଅଧିକାରୀ ଦେବକୀ ପ୍ରଧାନ, କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରିତା ଭୋଇ , କିସିଣ୍ଡା ସମିତି ସଭ୍ୟା ଯାଜ୍ଞସେନୀ କୁଅଁର ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ଏବଂ ଜଙ୍ଗଲରେ ଯେଉଁ ବ୍ୟକ୍ତି ନିଆଁ ଲଗାଇଵ ସେ ବ୍ୟକ୍ତି ବିରିଦ୍ଧରେ ଦ୍ରୁଢ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ ା ସାମ୍ବାଦିକ କନ୍ଦର୍ପ ବେହେରା ଆଲୋଚନାରେ ଭାଗ ନେଇ ଜଙ୍ଗଲର ଉପକାରିତା ସଂପର୍କରେ ମତବ୍ୟକ୍ତ କରିଥିଲେ ା ଏହି ସଭାରେ ଗିରିଶ୍ଚନ୍ଦ୍ରପୁର ରେଞର ବନ ସୁରକ୍ଷା ସମିତିର ସଭାପତି ,ସଭ୍ୟ , ଛାତ୍ରଛାତ୍ରୀ, ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଯୋଗଦେଇଥିଲେ ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ