-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ମାଓ ସିଆରପିଏଫ୍ ମଧ୍ୟରେ ଗୁଳି ବିନିମୟ ହୋଇଅଛି। କୌଣସି କ୍ଷୟ କ୍ଷତି ର ସୂଚନା ନ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଜାତି ରହିଥିବା ସୂଚନା ରହିଅଛି। ସୁନାବେଡ଼ା ଅଭୟାରଣ୍ୟ ବାରକୋଟ ଘାଟି ଠାରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।ବାରକୋଟ କେମ୍ପ ରୁ ଯବାନ ମାନେ ସୁନାବେଡ଼ା କୁ କୁମ୍ବିଂ କରି ଫେରୁ ଥିବା
ବେଳେ ବାରକୋଟ ଘାଟି ଠାରେ ମାଓବାଦୀମାନେ ଗୁଳି ଚାଲାନ କରିଥିଲେ। ଏହାର ଜବାବ ରେ ସିଆରପିଏଫ୍ ଯବାନ
ମାନେ ଗୁଳି ଚାଳନା କରିଥିଲେ।ଉଭୟ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟ ଦୀର୍ଘ ଏକ ଘଣ୍ଟା ହୋଇଥିବା ବେଳେ କ୍ଷୟ କ୍ଷତି ର କୌଣସି ସୂଚନା ନାହିଁ। ଘଟଣା ସ୍ଥଳ ରେ ବର୍ତ୍ତମାନ ପର୍ଯ୍ୟନ୍ତ କୁମ୍ବିଂ ଜାରି ରହିଥିବା ବେଳେ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଅଛି। ଘଟଣା ସ୍ଥଳକୁ ସିଆରପିଏଫ୍ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛନ୍ତି। ଘଟଣା ର ତଦନ୍ତ ଜାରି ରହିଅଛି।
(ବିଶି ଚନ୍ଦନ ମାଝୀ )