-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
09-Feb-2024
ଘଣ୍ଟାପଡ଼ା( ପ୍ରେରଣା ଖବର ): କଣ୍ଟାମାଳ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ,କଣ୍ଟାମାଳ ର ରେଡକ୍ରସ ଦାୟିତ୍ଵରେ ଥିବା କଳା ଶିକ୍ଷକ ବନମାଳୀ ମେହେରଙ୍କୁ ଶ୍ରେଷ୍ଠ ଜୁନିଅର୍ ରେଡକ୍ରସ୍ କାଉନସିଲର ଭାବେ ସମ୍ମାନୀତ କରାଯାଇଛି l କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆଦର୍ଶ ଖେଳ ପଡିଆରେ ଦୁଇ ଦିନ ଧରି ଚାଲିଥିବା କନିଷ୍ଠ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀଗେନ୍ଦ୍ରା କୁଜୁରୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହିଧର ରଣା,ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନ, ଆୟୋଜକ କମିଟିର ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ଜିଲ୍ଲା କନିଷ୍ଠ ରେଡ଼କ୍ରସ ଅଧିକାରୀ ନବ କୁମାର ଦୀପ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ, ସେବା, ଓ ବିଶ୍ବବନ୍ଧୁତା ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ଶିବିରରେ ନାଚ, ଗୀତ, ବକୃତା, ଆଦି ବିଭିନ୍ନ ପ୍ରତିଯୋଗୀତାରେ କୃତି ଛାତ୍ରଛତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ କୁମ୍ଭାର, ପ୍ରତିଭା ସାହୁ, ଚନ୍ଦ୍ରମା ସାହୁ, ରାନୁ ଭୋଇ, ଅନୁଭବ ମେହେର, ଅଙ୍କିତ ପ୍ରଧାନ, ରେଶ୍ମା ମାଝୀ, ପ୍ରିୟମ୍ବଦା ସାହୁ, ପ୍ରିୟଙ୍କା ଭୁକ୍ତା, ସ୍ଵସ୍ତିକ ରଣା, ଦେବାନନ୍ଦ ବିଶି ଓ ଅରୁଣ ମିଶ୍ର ରାଜ୍ୟ ସ୍ତରୀୟ କନିଷ୍ଠ ରେଡ଼କ୍ରସ ପାଇଁ ମନୋନୀତ ହୋଇଛନ୍ତି। ଶିକ୍ଷକ ବନମାଳୀ ମେହେର ଶିକ୍ଷାଦାନ ସହ ବିଭିନ୍ନ ସମାଜସେବାରେ ଲିପ୍ତ ଅଛନ୍ତି। ତାଙ୍କର ଦକ୍ଷତା, ଦାୟିତ୍ଵନିଷ୍ଠା, ସମୟାନୁବର୍ତ୍ତିତା ଓ ସେବା ମନୋଭାବ ପାଇଁ ସେ ସମସ୍ତେ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଜୁନିଅର୍ ରେଡକ୍ରସ୍ କାଉନସିଲର ପଦରେ ସମ୍ମାନୀତ କରାଯାଇଥିଲା। ବନମାଳୀ ମେହେର ମଞ୍ଚ ପରିଚାଳନା କରିଥିବାବେଳେ ଜୁନିଅର୍ ରେଡକ୍ରସ୍ ଅଫିସର ନବ କିଶୋର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିରରେ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ , କର୍ମଚାରୀ ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ରେଡକ୍ରସ୍ କାଉନସିଲର ଉପସ୍ଥିତ ଥିଲେ।