-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2020
ଚିନ୍ତା ବଢାଇଲାଣି ବାତ୍ୟା ଗତି। ଅଣ୍ଡାମାନସାଗରରେ ଦାନ ବାନ୍ଧୁଛି ଆଉଏକ ଲଘୁଚାପ। ଅକ୍ଟୋବର ଦ୍ଵିତୀୟ ସପ୍ତାହ ବେଳକୁ ଆସିପାରେ ଏହି ସାମୁଦ୍ରିକ ବାତ୍ୟା। ହେଲେ ଗତି କେତେ ରହିବ କେତେ ବଳଶାଳୀ ହେବ ଓ ଓଡିଶା ଉପରେ କଣ ପ୍ରଭାବ ପଢିବା ତାହା ସ୍ପଷ୍ଟ ହେଇନାହିଁ। ବାତ୍ୟା ଗତି ପାଇଁ ଓଡ଼ିଶାରେ ପରିବେଶ ଅନୁକୁଳ ନାହିଁ ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବ ଲଘୁଚାପ ପ୍ରଭାବରେ ଆହୁରି ୪୮ ଢାଳିବ ବର୍ଷା। ଆସନ୍ତା ୨୪ ଘଣ୍ଟା ପାଇଁ ନବରଙ୍ଗପୁର , ରାୟଗଡା , କନ୍ଧମାଳ , କଳାହାଣ୍ଡି , ଗଞ୍ଜାମ , ସୋନପୁର , ନୂଆପଡା , ବଲାଙ୍ଗୀର , ଅନୁଗୁଳ , କେନ୍ଦୁଝର , ବରଗଡ , ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାକୁ ନଜର ରଖି ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୭ ତାରିଖ ପରେ ବର୍ଷାର ପରିମାଣ କମିଯିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର!!