-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2020
Kandhamal.05/10- କଥାରେ ଅଛି ଇଛାଶକ୍ତି ଆଗରେ ହାର୍ ମାନେ ଅସମ୍ଭବ। ମନରେ ଥିବା ଦୃଢ ବିଶ୍ୱାସ ଆଉ ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ। ଯାହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି କନ୍ଧମାଳର ସୁନେଲି। ଏହି କୁନି ଝିଅ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ତଥାପି ସେ ବେଶ୍ ଚମତ୍କାର ନୃତ୍ୟ କରିପାରନ୍ତି।*
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା କଲୋନୀ ସାହିରେ ରୁହନ୍ତି ସୁନେଲି। ବୟସ ମାତ୍ର ୧୧ ବର୍ଷ। ଜନ୍ମରୁ ହିଁ ସୁନେଲି ଦିବ୍ୟାଙ୍ଗ। ତାଙ୍କର ଗୋଡ଼ ଦୁଇଟି ଅଛି, କିନ୍ତୁ ସେ ଛିଡ଼ା ହେବାକୁ ସକ୍ଷମ ନୁହଁନ୍ତି। ଯେହେତୁ ସୁନେଲିଙ୍କୁ ନାଚିବା ପସନ୍ଦ ତେଣୁ ସେ ଗୀତ ବାଜିବା ମାତ୍ରେ ହାତ ହଲାଇ ଭିନ୍ନ ଭିନ୍ନ ଏକ୍ସପ୍ରେସନ୍ ଦେବାରେ ଲାଗନ୍ତି।*
ସୁନେଲିଙ୍କ ବାପା ଜଣେ ଦିନ ମଜୁରିଆ। ଅର୍ଥାଭାବରୁ ସୁନେଲି ଶିକ୍ଷାରୁ ବଞ୍ଚିତ ରହିଯାଇଛନ୍ତି। ଆଜି ଯାଏଁ ସୁନେଲି ସ୍କୁଲ ବାରଣ୍ଡା ମାଡିନାହାନ୍ତି। ଆଉ ଏକ ବିଡମ୍ବନା ହେଉଛି, ସୁନେଲିଙ୍କ ଦିବ୍ୟାଙ୍ଗ ପ୍ରମାଣପତ୍ର ରହିଛି କିନ୍ତୁ ତାଙ୍କୁ କୌଣସି ସରକାରୀ ଭତ୍ତା ଦିଆଯାଉନି। ଏତେସବୁ ପ୍ରତିବନ୍ଧକ ସତ୍ତ୍ୱେ ତାଙ୍କର ଏହି ପ୍ରତିଭା ଆଜି କିନ୍ତୁ ସମସ୍ତଙ୍କୁ ବିମୋହିତ କରୁଛି।
*