-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
05-Oct-2020
କଟକ ୦୫।୧୦: ଏକତରଫା ପ୍ରେମ ଯେ, କେତେ ଭୟଙ୍କର ତାହା ଅତୀତରେ ବହୁବାର ସାମ୍ନାକୁ ଆସିଛି । ଏମିତି ଏକ ଏକତରଫା ପ୍ରେମ ଦେଖିବାକୁ ମିଳିଛି । ପ୍ରେମରେ ପାଗଳାମୀ କରି ଯୁବକ ଜଣେ ଯୁବତୀଙ୍କ ଫଟୋକୁ ଅଶ୍ଲୀଳ ଭାବେ ଏଡିଟ କରି ସୋସିଆଲ୍ ମିଡିଆରେ ଛାଡିଥିବା ଅଭିଯୋଗ ଆସିଛି । ଯୁବକ ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ଜଣେ ଯୁବତୀଙ୍କ ଫଟୋକୁ ଅଶ୍ଲୀଳ ଭାବେ ଏଡିଟ୍ କରି ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି । ଯୁବତୀଙ୍କୁ ବଦ୍ନାମ କରିବା ପାଇଁ ସଂପୃକ୍ତ ଯୁବକ ସୋସିଆଲ୍ ମିଡିଆରୁ ଯୁବତୀଙ୍କ ଫଟୋ ନେଇ ତାକୁ ଏଡିଟ୍ କରି ଅଶ୍ଲୀଳ ରୂପ ଦେଇଛି । ଯୁବତୀଙ୍କ ଅଭିଯୋଗ କ୍ରମେ ମଧୁପାଟଣା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।*
*ଖବର ଅନୁଯାୟୀ, ମଧୁପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ସହରର ଜଣେ ଯୁବକ କିଛି ମାସ ହେଲା ଏକତରଫା ପ୍ରେମ କରୁଥିଲା। ଯୁବକ ଜଣଙ୍କ ଯୁବତୀଙ୍କୁ ମଧ୍ୟ ପ୍ରେମ ନିବେଦନ କରିଥିଲା। କିନ୍ତୁ ଯୁବତୀ ଏହାକୁ ରୋକ୍ଠୋକ୍ ମନା କରିଥିଲେ। ଏହା ଶୁଣିବା ପରେ ଯୁବକଜଣକ ପ୍ରତିଶୋଧ ପରାୟଣ ହୋଇ ନିଜର ଏକ ନକଲି ଫେସ୍ବୁକ୍ ଆଇଡି ପ୍ରସ୍ତୁତ କରିଥିଲା। ସେହି ଆଇଡିରେ ଏଡିଟ୍ ହୋଇଥିବା ଯୁବତୀଙ୍କ ଅଶ୍ଳିଳ ଫଟୋକୁ ଭାଇରାଲ କରିଥିଲା। କିଛି ଦିନ ଏହି ଫଟୋ ଫେସ୍ବୁକ୍ରେ ବୁଲିବା ପରେ ଯୁବତୀଙ୍କ ସମ୍ପର୍କୀୟମାନେ ଜାଣିବାକୁ ପାଇଥିଲେ।
ଏନେଇ ଯୁବତୀ ଅବଗତ ହେବା ପରେ ଫେସ୍ବୁକ୍ ଯାଞ୍ଚ୍ କରି ଏହି କାରନାମା ଉକ୍ତ ଯୁବକଙ୍କର ହୋଇଥିବା ସନ୍ଦେହ ପ୍ରକାଶ କରିଥିଲେ। ଏନେଇ ସଂପୃକ୍ତ ଯୁବତୀ ମଧୁପାଟଣା ଥାନାରେ ଏତଲା ଦାୟର କରିଛନ୍ତି। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୋଲିସ ଆଇଟି ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉକ୍ତ ଫେକ୍ ଆଇଡି କେଉଁ ମୋବାଇଲ୍ ବା କମ୍ପ୍ୟୁଟରରେ ତିଆରି ହୋଇଛି ତାହା ଜାଣିବା ପାଇଁ ପୋଲିସ ସାଇବର ଏକ୍ସପର୍ଟଙ୍କ ସହଯୋଗ ନେଉଛି। ପ୍ରଥମେ ସେହି ଫେକ୍ ଆଇଡିକୁ ବନ୍ଦ କରିବା ପାଇଁ ଫେସ୍ବୁକ୍କୁ ଅନୁରୋଧ କରାଯାଇଛି। ଅଭିଯୁକ୍ତ ବିଷୟରେ ସବିଶେଷ ତଥ୍ୟ ଆସିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ଦେଇଛି।