-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
30-Jan-2024
ସୋନପୁର ( ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ର ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମାଲ (ଆଇ ପି ଏସ) ଯୋଗ ଦାନ କରିଛନ୍ତି l ଶ୍ରୀ ଶ୍ରିମାଲ ପୁର୍ବ ରୁ କେସିଙ୍ଗା ଓ ବାଲିଗୁଡା ଠାରେ ଏସ ଡି ପି ଓ ଭାବେ ଦକ୍ଷତା ର ସହ କାର୍ଯ୍ଯ କରି ଅପରାଧ ନିୟନ୍ତ୍ରଣ ରେ ଖୁବ୍ ଭୂମିକା ଥିଲା l ସୁବର୍ଣ୍ଣପୁର ସହର ତଥା ଜିଲ୍ଲା ରେ ଟ୍ରାଫିକ , ଆଇନ ଶୃଂଖଳା, ରାହାଜାନୀ, ଛିନ୍ତାଇ, ସାଇବର କ୍ରାଇମ୍, ଗଞ୍ଜେଇ ଚୋରା ଚାଲାଣ, ତଥା ସଟ୍ଟା ଜୁଆ ଖେଳ କୁ ନିୟନ୍ତ୍ରଣ କରିବାକୁ ଓ ଯୁବ ପିଢୀ ଙ୍କୁ ଭଲ ମାର୍ଗ କୁ ଆଣିବାକୁ ପ୍ରୟାସ ଜାରି ରଖିବି l ଏଵଂ ଜିଲ୍ଲା ର ବିଭିନ୍ନ ଜାଗାକୁ ଅଚାନକ ପରିଦର୍ଶନ କରି ଜିଲ୍ଲା ପୋଲିସ୍ କୁ ସକ୍ରିୟ କରି ଅସାମାଜିକ କାର୍ଯ୍ଯ କଳlପ କୁ ରୋକିବି ବୋଲି ମିଡିଆ କୁ ସେ ପ୍ରତିଶୁତି ଦେଇଛନ୍ତି l ଏହା ସହିତ ଆଗାମୀ ନିର୍ବାଚନ କୂ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛୁ ବୋଲି କହିଥିଲେ l ଏସବୁ ଦିଗରେ ସଫଳତା ପାଇଁ ମିଡ଼ିଆ ଓ ଜିଲ୍ଲାବାସୀ ଙ୍କ ସହଯୋଗ କାମନା କରିଥିଲେ l