-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
30-Jan-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ବଲାଙ୍ଗିରର କୋଶଲି ଭାଷାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତହଁକ୍ ସାହିତ୍ୟ କୁଟୁମ କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନ ରେ ସମ୍ମାନିତ କରାଯାଇଛି।
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବିରାଡିଆଠାରେ ବିଶିଷ୍ଟ କବି, ସଂଗଠକ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ରାଜ୍ୟସ୍ତରୀୟ ପ୍ରଥମ ବାର୍ଷିକ ସାରସ୍ବତ ସମାରୋହ 'ସ୍ମୃତିରେ ସ୍ମୃତିରେ ମନୋରଞ୍ଜନ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀ ନନ୍ଦଙ୍କ ସୁପୁତ୍ର ଲେଖକ ଇଂ ମାନସ କୁମାର ନନ୍ଦ ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ଵରେ ରହି ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ଓଡିଶାର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିବାବେଳେ ବଲାଙ୍ଗିର ର ତହଁକ୍ କୁଟୁମ୍ କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆୟୋଜକ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସମ୍ପାଦକ ରାଜେଶ ଦଣ୍ଡସେନା, ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପରିଚାଳନା ସମ୍ପାଦକ ଉମେଶ ବିଶ୍ବାଲ, ସୋନପୁର ଜିଲ୍ଲା ସମ୍ପାଦକ ଯଦୁମଣି କର୍ଣ୍ଣ ପ୍ରମୁଖ ଯୋଗଦେଇ ଏହି ସମ୍ମାନ କୁ ସାଦରେ ଗ୍ରହଣ କରିଥିଲେ। ଏହି ସମ୍ମାନ ପାଇବାପରେ ତହଁକ୍ ଅନୁଷ୍ଠାନ କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।