-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||     

HOME   ଜିଲ୍ଲା

ଚିକିତ୍ସାରେ ଅବହେଳା ଅଭିଯୋଗରେ ଯୁବଡାକ୍ତରଙ୍କୁ ମାଡ,ତଦନ୍ତ ନିର୍ଦ୍ଦେଶ

30-Jan-2024



ବଲାଙ୍ଗୀର(ଚିତ୍ରସେନ ବେହେରା)-ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ବାରମ୍ବାର ଚିକିତ୍ସାରେ ଅବହେଳା ଅଭିଯୋଗ ଉଠୁଛି । ଅନେକଥର ଏନେଇ ରୋଗୀମାନଙ୍କ ପରିବାର ବର୍ଗ ଡାକ୍ତରଙ୍କୁ ଆକ୍ରମଣ ମଧ୍ୟ କରୁଥିବାରୁ ହସପିଟାଲ ଅଶାନ୍ତ ହେଉଛି । ଗତ ନଭେମ୍ବର ମାସରେ ଜଣେ ହାଉସସର୍ଜନ ଡାକ୍ତରଙ୍କୁ ମାଡ ହୋଇଥିଲା ଓ ସେହି ଘଟଣାରେ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ପ୍ରଶାସନ ସେମାନଙ୍କ ବିରୁଦ୍ଧରେ ଏନଏସଏ ରୁଜୁ କରିଥିଲା । ସୋମବାର ରାତିରେ ପୁଣି ଏକ ଅଘଟଣ ଘଟିଛି । ଜଣେ ରୋଗୀଙ୍କୁ ଦୀର୍ଘ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ସେବା ନମିଳିବାରୁ ଯୁବକଟିର ମୃତ୍ୟୁ ହୋଇଯାଇଥିଲା । କାର୍ଯ୍ୟରତ ଡାକ୍ତର ମଦ୍ୟପାନ କରିଥିବାରୁ ଚିକିତ୍ସା ଅବହେଳା ହୋଇଥିବା ଅଭିଯୋଗ କରି ରୋଗୀଙ୍କ ପରିଜନ ଡାକ୍ତରଙ୍କୁ ପ୍ରବଳ ମାରିଛନ୍ତି । ଡାକ୍ତର ଜଣକ ଡ.ରାଜେନ୍ଦ୍ରନାରାୟଣ ସିଂଦଳପତି ବୋଲି ଜଣାଯାଇଛି । ତେବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ବିବିଏମସିଏଚ ହସପିଟାଲର ଅଧିକ୍ଷିକା ଡ.ମାନସୀ ପଣ୍ଡା ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ କରିଛନ୍ତି । ବରିଷ୍ଠ ଡାକ୍ତରଙ୍କୁ ନେଇ ଏକଟିମ ଗଠନ କରି ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ କରିଛନ୍ତି । ଏହି ଡାକ୍ତରଟିମ ତଦନ୍ତ କରି ରିପୋର୍ଟ ଦେବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକ୍ଷିକା ଡ.ପଣ୍ଡା କହିଛନ୍ତି । 
       ମିଳିଥିବା ସୂଚନାରୁ ଜଣାଯାଇଛି ଯେ,ସୋମବାର ରାତିରେ ବଲାଙ୍ଗୀର ସହରର କନ୍ଧପାଲିପଡାର ନିତୁ ବାରିକ(୩୦)ଙ୍କ ଦେହ ଅସୁସ୍ଥ ହେବାରୁ ଭୀମଭୋଇ ମେଡିକାଲକଲେଜ ହସପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କର କୁଆଡେ ରକ୍ତବାନ୍ତି ହେଉଥିଲା । ସେମାନେ ହସପିଟାଲରେ ଆଇସିୟୁରେ ଭର୍ତ୍ତିକରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା । ସେମାନେ ନର୍ସମାନଙ୍କ କହିବା ଅନୁଯାୟୀ ରାତି ଏମାର୍ଜେନ୍ସୀ ଡ୍ୟୁଟିରେ ଥିବା ଡାକ୍ତର ରାଜେନ୍ଦ୍ରନାରାୟଣ ସିଂଦଳପତିଙ୍କୁ ଖୋଜିଥିଲେ । କିନ୍ତୁ ଦୀର୍ଘ ଅଢେଇ ଘଣ୍ଟା ପର୍ଯ୍ୟନ୍ତ ସେ ହସପିଟାଲରେ ମିଳିନଥିଲେ । ସେ ଯେତେବେଳେ ଆସିଲେ ସେତେବେଳେ ସେ କୁଆଡେ ମଦ୍ୟପାନ କରି ଆସିଥିବାରୁ ସେ ଭଲରେ ରୋଗୀଙ୍କୁ ଦେଖିବାର ଅବସ୍ଥାରେ ନଥିଲେ । ଭଲକରି କଥା ମଧ୍ୟ କହିପାରୁନଥିଲେ । ସେହି ସମୟରେ ନିତୁ ବାରିକର ମୃତ୍ୟୁ ହୋଇଯାଇଥିଲା । ଫଳରେ ମଦ୍ୟପାନ କରୁଥିବାରୁ ଡାକ୍ତର ଶୀଘ୍ର ଆସିପାରିନଥିଲେ ଓ ଚିକିତ୍ସାରେ ଅବହେଳା କରିଥିଲେ ବୋଲି ଅଭିଯୋଗ୍ କରି ରୋଗୀଙ୍କ ପରିଜନ ଡାକ୍ତରଙ୍କୁ ପ୍ରବଳ ମାଡ ମାରିଥିଲେ । ଡାକ୍ତର ମଦ୍ୟପାନ କରିଥିବା କାରଣରୁ ଭଲରେ କଥା କରିପାରୁନଥିବା ଓ ତାଙ୍କୁ ମାଡ ମରାଯାଉଥିବାର ଭିଡିଓ ମଧ୍ୟ ଉତ୍ତୋଳନ କରି ସେମାନେ ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ କରିଥିଲେ । ହସପିଟାଲର ସୁରକ୍ଷାକର୍ମିମାନେ ବହୁକଷ୍ଟରେ ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ତେବେ ମଙ୍ଗଳବାର ସୁଦ୍ଧା ଡାକ୍ତର କିମ୍ବା ରୋଗୀଙ୍କ ପରିଜନ ପୋଲିସରେ କୌଣସି ଅଭିଯୋଗ କରିନଥିଲେ । ଭାଇରାଲ ହୋଇଥିବା ଭିଡିଓକୁ ନେଇ କିଛି ଗଣମାଧ୍ୟମରେ ଖବର ପ୍ରସାରଣ ପରେ ହସପିଟାଲର ଅଧିକ୍ଷିକା ଡ.ମାନସୀ ପଣ୍ଡା ଘଟଣାର ତଦନ୍ତ ନିର୍ଦ୍ଦେଶ କରିଛନ୍ତି । ଆହୁରି ସୂଚନା ମିଳିଛି ଯେ,ଏହି ଡାକ୍ତରଙ୍କ ଅବହେଳାରୁ ଜଣେ ବିଷପାନ କରିଥିବା ରୋଗୀର ମଧ୍ୟ ଜୀବନ ଚାଲିଯାଇଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ରୋଗୀଜଣକ ଗୁରୁତର ଥିଲେ ହେଁ ଡାକ୍ତର ଆସି ଦେଖିନଥିଲେ ବୋଲି ଅଭିଯୋଗ ହୋଇଛି । ଠିକ ସେହିପରି ଡାକ୍ତରଙ୍କ ଅବହେଳାରୁ ଜଣେ ରୋଗୀକୁ ଦୀର୍ଘ ୩ଘଣ୍ଟା ପର୍ଯ୍ୟନ୍ତ ରକ୍ତ ଦିଆଯାଇ ପାରିନଥିଲା ବୋଲି ଅଭିଯୋଗ ହୋଇଛି । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିଚାଳନାରେ ବ୍ୟାପକ ତୃଟି ରହୁଥିବା     ଓ ଯୁବଡାକ୍ତରମାନେ ମ୍ୟାନେଜମେଣ୍ଟକୁ ବିଲକୁଲ ଖାତିର କରୁନଥିବା ଅଭିଯୋଗ ଉଠୁଛି । ତେଣୁ ସମସ୍ୟାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଜନସାଧାରଣରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   10-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026

You Might Also Like