-+91-9937148622 |
prerana_bgr@rediffmail.com |
Friday 8th May 2026 |
R.N.I. Regd No. ODIODI/2010/46693
Breaking News
29-Jan-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାକିକା ବିଦ୍ୟାଳୟ ପରିସରରେ ପାଳନ କରାଯାଇଛି l ରୟାଲ ଏକାଡେମୀର ଅଧ୍ଯକ୍ଷା ଶ୍ରୀମତୀ ନିରୁପମା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ l ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ପ୍ରେରଣାର ସମ୍ପାଦକ ରଘୁନନ୍ଦନ ସିଂ ମଞ୍ଚାସୀନ ଥିଲେ l ଟ୍ରଷ୍ଟି ତଥା ଅନୁଷ୍ଠାନର ନିର୍ଦେଶକ ପ୍ରକାଶ କୁମାର ନେପାକ, ଟ୍ରଷ୍ଟି କୁନା ବାଗ, ଅଜିତ ପଣ୍ଡା, ଦୌଲତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l
ମୁଖ୍ୟ ବକ୍ତା ରଘୁନନ୍ଦନ ସିଂ ଉଦବୋଧନ ଦେଇ ଛୋଟ ଛୋଟ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିର୍ମାଣରେ ଅଭିଭାବକ ମାନଙ୍କ ମୁଖ୍ୟ କର୍ତ୍ତବ୍ୟ ଏବଂ ସେମାନଙ୍କୁ ମୋବାଇଲର ଅପବ୍ୟବହାର ରୁ ଦୁରେଇ ରଖି ଶିକ୍ଷା ସହ ମାନବିକତାର ମୂଲ୍ୟବୋଧର ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟ ଅତିଥି ନଗରପାଳିକା ଶ୍ରୀମତୀ ଲିକା ସାହୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଏହି ବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଅବଦାନ ତଥା ବିଭିନ୍ନ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଂଶସା କରିଥିଲେ l ଟ୍ରଷ୍ଟି ତଥା ସ୍କୁଲ ନିର୍ଦେଶକ ପ୍ରକାଶ କୁମାର ନେପାକ ରୟାଲ ଏକାଡେମୀ ଛାତ୍ର
ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷାଦାନ ସହ ସେମାନଙ୍କର ଅନୁସାଙ୍ଗିକ ବ୍ୟବସ୍ଥାର ଉନ୍ନତି ପାଇଁ ଯତ୍ନବାନ ବୋଲି କହିଥିଲେ l ବିଦ୍ୟାଳୟ ଦ୍ୱାରା ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମା ମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ l ଶିକ୍ଷୟିତ୍ରୀ ସସ୍ମିତା ମହାକୁଡ଼ ସଭା ସଂଯୋଜନା କରିବା ସହ ସମସ୍ତ ଶିକ୍ଷୟିତ୍ରୀ ସହାୟତା କରିଥିଲେ l ଶିକ୍ଷକ ଅଭିଜିତ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ l