-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
21-Jan-2024
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ):ଆଜି ପୂର୍ବାହ୍ନରେ ସଦର ମହକୁମା ସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଉଦଘାଟନ ହେଲା ମିଶନ ଶକ୍ତି କାଫେ | ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟଂଦେଓ ଏହାର ଉଦଘାଟନ କରିଥିଲେ | ଏହି କାଫେରେ
ମାଣ୍ଡିଆ ଜାତ ବିଭିନ୍ନ ଫାଷ୍ଟ ଫୁଡ ମିଳିବ | ଏହା ଦ୍ୱାରା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ରୋଜଗାର ମିଳିବ | ଏହାସହ ଫାଷ୍ଟ ଫୁଡ ପସନ୍ଦ କରୁଥିବା ବର୍ଗକୁ ସୁସ୍ୱାଦୁ ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ମିଳିବ | ଜିଲ୍ଲା କୃଷି ଅଧିକାରୀ ସୁବାସ
ବେହେରା , ମିଲେଟ ଯୋଜନା ଅଧିକାରୀ ସୁନନ୍ଦା ସାହୁ , ପୌର ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର , ଯନ୍ତ୍ରୀ ଲାର୍ସା ମୁର୍ମୁ , ଡିପିସି ମିଶନ ଶକ୍ତି ସୁମନ ଦ୍ବିବେଦୀ ପ୍ରମୁଖ ଉପସ୍ଥିତ ଥିଲେ |