-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Jan-2024
ତୁଷୁରା(ପଞ୍ଚାନନ ନାଏକ): ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଘୁନା ସିକେରପାଟ ପୀଠ ଠାରେ ଶନିବାର ଦିନ ସିକେରପାଟ ମହୋତ୍ସବ ପାଇଁ ଲୋଗୋ ଉନ୍ମୋଚିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସିକେରପାଟଙ୍କ ପୂଜା ତିଥି ରହିଥିବାରୁ ଏହି ଶୁଭ ମୂହୂର୍ତ୍ତରେ ମୁଖ୍ୟ ପୂଜକ ଇନ୍ଦି ଭୋଇ, ବରୁଆ ମୌସଦ୍ ଭୋଇ ସମେତ ଖଡଙ୍ଗା ଅଞ୍ଚଳର ୩୨ ଖଣ୍ଡ ମୌଜାର କନ୍ଧ ସମାଜର ସିକେରପାଟ ଉପାସକଙ୍କ ଯୋଗଦେଇ ଲୋକକଳା, ସଂସ୍କୃତି ଓ ପରମ୍ପରା କୁ ନେଇ ସିକେରପାଟ ମହୋତ୍ସବର ଲୋଗୋ ଉନ୍ମୋଚିତ ହୋଇଯାଇଛି l ଖଡଙ୍ଗା ଅଞ୍ଚଳରେ ଲୋକକଳା ସହିତ ବିଭିନ୍ନ ପ୍ରତିଭାର ଅଧିକାରୀମାନେ ଥିଲେ ମଧ୍ୟ ନିଜର କଳା ପ୍ରଦର୍ଶନ କରିବା ପାଇଁ ନିଜର ଅଞ୍ଚଳରେ ଏହିପରି ଗୋଟେ ମହୋତ୍ସବର ସୁଯୋଗ ନଥିଲା । ଏହି କାର୍ଯ୍ୟକ୍ରମ ହେବା ଦ୍ବାରା କଳାକାରମାନଙ୍କ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି ।କମିଟି ପକ୍ଷରୁ ବଲାଙ୍ଗୀର ଜିଲ୍ଲା ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିବା ସହ ଆସନ୍ତା ମାସ ଫେବୃଆରୀ ୨,୩,୪ ରେ ମହୋତ୍ସବ ଅନୁଷ୍ଠିତ କରିବା ପାଇଁ କମିଟି ପକ୍ଷରୁ ସୂଚନା ମିଳିଛି ।ଏହି କାର୍ଯ୍ୟକ୍ରମରେ ସିକେରପାଟ ମହୋତ୍ସବ କମିଟି ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।