-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
14-Jan-2024
ବିନିକ(ହିମାଂଶୁ ଶେଖର ପୁଟେଲ): ଓଡ଼ିଆ ଭାଷାକୁ ବିଶ୍ଵ ସ୍ତରରେ ପହଞ୍ଚାଇବା ସହିତ ଲୋକପ୍ରିୟ କରିବାର ଉଦ୍ଦେଶ୍ୟ ନେଇ ସରକାରଙ୍କ କ୍ରୀଡା, ଯୁବସେବା ବିଭାଗ ତରଫରୁ ନୂଆଁ ଓ ସାହିତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଆଜି ବିନିକା ସ୍ଥିତ ସିଦ୍ଧାର୍ଥ ଡ଼ିଗ୍ରୀ କଲେଜରେ ୧୩ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଲେଜ ପରିଚାଳନା କମିଟି ସଭାପତି କିଶୋର ପାଣିଗ୍ରାହୀ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାକ୍ଷା ରେଖା ପ୍ରଧାନ ଯୋଗଦେଇ ଓଡ଼ିଆ ଭାଷାର ଅବଦାନ ତାର ସଂସ୍କୃତି ଉପରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷାର ଗବେଷକ ଡଃ ଅନିରୁଦ୍ଧ କୁରକୁରିଆ ଯୋଗଦେଇ ଓଡ଼ିଆ ଭାଷାର ଐତିହ ଉପରେ ବର୍ଣ୍ଣନା କରିଥିଲେ ।ସେହିପରି ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ,କବି ସୁଦାମ ନାୟକ,ଓଡ଼ିଆ ବିଭାଗର ବରିଷ୍ଟ ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ ଭାଷାର ସୁରକ୍ଷା ଦିଗରେ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଧ୍ୟାପିକା ଜାନକୀ ସାମନୀ,ଭାରତୀ ବାବୁ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅଧ୍ୟାପକ ଭଗବାନ ସାହୁ ଅତିଥି ପରିଚୟ ଓ ଶେଷରେ ଅଧ୍ୟାପିକା ପ୍ରମୀତା କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ସାର୍ବଜନୀନ ମୂଲ୍ୟବୋଧ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା।