-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ବନ୍ଧଗୋରା ଖଡ଼ଙ୍ଗ ନଦୀ କୂଳରେ ଶୁକ୍ରବାର ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି l ବିଧାୟକ ମହୀଧର ରଣା ସମେତ ଅନ୍ୟମାନେ ରୁଗୁଡ଼ିପାଲି ଶୈବ ପୀଠରୁ ଏକ ମଶାଲ ଶୋଭାଯାତ୍ରାରେ ବାହାରି ମହୋତ୍ସବ ମଣ୍ଡପକୁ ପହଂଚିଥିଲେ l କମିଟି ସଭାପତି ମନୋଜ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଖଡ଼ଙ୍ଗ ନଦୀ ଅଞ୍ଚଳବାସୀଙ୍କ ଜୀବନଧାରା ପାଲଟିବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ସାହୁ, ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ, ଶିକ୍ଷାବିତ ନୀଳାଚଳ ଭୋଇ, କାର୍ତ୍ତିକେଶ୍ୱର ବେହେରା, କନ୍ଧମାଳ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ସମୀର ଖଟୁଆ, ପ୍ରେମରାଜ ରଣା, ପ୍ରତାପ ରଣା, ଶତ୍ରୁଘନ ଶତପଥୀ,
ଦେବେନ୍ଦ୍ର ରଣା, ସୁନିଲ ସାହୁ, ମାନୁ ରଣା, ଜିତେନ୍ଦ୍ର କୁଦେଇ, ଶେଷଦେବ ରଣା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ l ପ୍ରଶାନ୍ତ ରଣା ମଞ୍ଚ ପରିଚାଳନା ଓ ପ୍ରେମରାଜ ରଣା ଧନ୍ୟବାଦ ଦେଇଥିଲେ l ପରେ ବଲାଙ୍ଗିର ବଜାଶାଲ ଅନୁଷ୍ଠାନର ପଞ୍ଚରଶି, ବୌଦ୍ଧର ମା’ ମେଲୋଡି ଏବଂ ସ୍ଥାନୀୟ ଅଞ୍ଚଳର କଳାକାର ମାନଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଶ୍ୱଜିତ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲୋକେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଖଡ଼ଙ୍ଗ ଲୋକ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l