-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
12-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଥିବା ଅସନ୍ତୁଷ୍ଟଙ୍କ ଏକ ପରିବର୍ତ୍ତନ ସମାବେଶ ଆଜି କଣ୍ଟାମାଳ ବ୍ଲକ ଶିମିଳିପଦର ପଂଚାୟତ ଲୋକପଡା ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି l ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଙ୍କ ନେତୃତ୍ୱରେ କିଛି କର୍ମୀ ଓ ନେତାମାନେ ଲୋକପଡା ଖମ୍ବେଶ୍ବରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ରେ ଆସି ଖେଳ ପଡିଆରେ ଆୟୋଜିତ ପରିବର୍ତ୍ତନ ସମାବେଶ ଠାରେ ପହଞ୍ଚିଥିଲେ l ଉକ୍ତ ସମାବେଶ ରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଥ (ବବି) ଯୋଗଦେଇ କଣ୍ଟାମାଳ ବିଧାୟକ ଙ୍କ ଅଣ ବିଜେଡି ପ୍ରୀତି, ଠିକାଦାର ପୋଷାନୀତି,ତୃଣମୂଳ ସ୍ତରର ପୁରୁଖା ବିଜେଡି କର୍ମୀଙ୍କୁ ଅଣଦେଖା କରି କିଛିଦିନ ତଳେ ଦଳକୁ ଆସିଥିବା ଲୋକଙ୍କୁ ଅଗ୍ରାଧିକାର ଦିଆଯାଇ ପଦପଦବୀ ଦିଆଯିବା, ପ୍ରତି
ଗ୍ରାମପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥକୁ ନିର୍ବାଚିତ ସରପଞ୍ଚ ମାନଙ୍କ ବିନା ସହମତି ରେ ନିଜ ପୋଷା ଠିକାଦାରଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ଆଦିକୁ ଖୋଲାଖୋଲି ବିରୋଧ କରିଥିଲେ । ଦୁର୍ବଳ ନେତୃତ୍ୱ ଯୋଗୁଁ କଣ୍ଟାମାଳ ବ୍ଲକ ଆଜି ଅବହେଳିତ l ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଆଦି କ୍ଷେତ୍ରରେ ଅନ୍ୟ ଜିଲ୍ଲା ତୁଳନାରେ ବହୁ ପଛରେ ଥିବା କହିଥିଲେ l ଆଗାମୀ ସାଧାରଣ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଶିକ୍ଷିତ ଓ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବାକୁ ଆହ୍ୱାନ କରିଥିଲେ l ତେଣୁ ଦଳରେ ନେତୃତ୍ୱ ପରିବର୍ତନ ଜରୂରୀ ବୋଲି ଶ୍ରୀ ରଥ ମଞ୍ଚରେ କହିଥିଲେ l ସମାବେଶରେ ବହୁ ଛାମୁଆ ନେତା, ସରପଞ୍ଚ, ସମିତିସଭ୍ୟ ସମେତ ବହୁ ଅସନ୍ତୁଷ୍ଟ ନେତା କର୍ମୀ ଯୋଗଦେଇଥିଲେ l