-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ୍ ରେ ଅର୍ପଣ ରଥ ର ଶୁଭାରମ୍ଭ ବିଡ଼ିଓ ଶ୍ରୀ ଯୁଧିଷ୍ଠିର ମେହେର ଙ୍କ ସଭାପତିତ୍ୱ ରେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଲୋଇସିଂହା ବ୍ଲକ ର ଲୋଇସିଂହା ସରପଞ୍ଚ ନବକିଶୋର ନାଏକ ଙ୍କ ସମେତ ଅନ୍ୟାନ୍ୟ ପଂଚାୟତ ର ସରପଞ୍ଚ, ଜିପିଓ କିଶୋରଚନ୍ଦ୍ର ମାନସିଂହ, ଯୋଗାଣ ଅଧିକାରୀ ଶ୍ରୀ ସୋମ୍ୟରଞ୍ଜନ ମହାନନ୍ଦ, ଆଇଆଇସି ଯାଜ୍ଞସେନି ନାୟକ, ପି. ଏ ରାଜେନ୍ଦ୍ର ବାବୁ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ଙ୍କ ସମେତ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁର୍ଣ୍ଣ ମାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l
ବ୍ଲକ୍ ଅଫିସ୍ ରୁ ଆଜି ଚାରୋଟି ଜଗନ୍ନାଥ ଅର୍ପଣ ରଥ ବାହାରି ଚାରୋଟି ପଞ୍ଚାୟତ ଅଭିମୁଖେ ବାହାରିଥିଲା l ପଂଚାୟତ ର ସମସ୍ତ ଗାଁ ତଥା ପ୍ରତ୍ୟକ ଘରକୁ ଘର ଯାଇ ଜଗନ୍ନାଥ ଙ୍କ ଉଦ୍ଦେଶ୍ୟରେ ଗୁଆ ଚାଉଳ ସଂଗ୍ରହ କରା ଯାଉଥିଲା l ଆଜି ଲୋଇସିଂହା ବ୍ଲକର ବାଦିବାହାଲ, ବୁର୍ଡl, ହୀରାପୁର ଓ କୁଟେନପାଳି ପଞ୍ଚାୟତ କୁ ରଥ ଯାଇ ଗୁଆ ଚାଉଳ ସଂଗ୍ରହ କରି ପୁରି ଜଗନ୍ନାଥ ମନ୍ଦିର କୁ ପଠାଇବା ପାଇଁ ପ୍ରସ୍ତୁତ କରାଯାଇଛି l ଏହି କାର୍ଯକ୍ରମ ଆସନ୍ତା 12 ତାରିଖ ଯାଏ ଚାଲିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମେହେର ପ୍ରକାଶ କରିଛନ୍ତି l