-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
08-Jan-2024
ବଲାଙ୍ଗୀର(ପ୍ରେରଣା ଖବର) -ଆସନ୍ତା ଜାନୁୟାରୀ ୧୭ ତାରିଖରେ ଶ୍ରୀକ୍ଷେତ୍ରରେ ପରିକ୍ରମା ପ୍ରକଲ୍ପ ଲୋକାର୍ପିତ ହେବ । ସେଥିପାଇଁ ଜଗନ୍ନାଥ ଚେତନା ଓ ସଂସ୍କୃତିର ପ୍ରଚାରକରିବାକୁ ଅର୍ପଣରଥ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳରେ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ଆଜିଠାରୁ ଏହି ରଥର ଶୁଭାରମ୍ଭ କରାଯାଇଛି । ବଲାଙ୍ଗୀର ପୌରପାଳିକାରେ ମଧ୍ୟ ଆଜି ସକାଳ ୧୦.୩୯ରେ ଅର୍ପଣରଥକୁ ଶୁଭାରମ୍ଭ କରାଯାଇ ସହରର ବିଭିନ୍ନ ୱାର୍ଡକୁ ପରିକ୍ରମା କରାଯାଇଥିଲା । ବଲାଙ୍ଗୀରର ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଏହି ରଥକୁ ଶୁଭାରମ୍ଭ କରାଯାଇଥିଲେ । ଏହି ରଥ ସହରରେ ପରିକ୍ରମା କରିବା ସହିତ ବିଜେଡିର ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ,ପୂର୍ବତନ ସାଂସଦ ତଥା ରାଜ୍ୟହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଓ ଯୁବନେତା ଅର୍କେଶନାରାୟଣ ସିଂଦେଓ ପୌରପାଲିକାର ସମସ୍ତ କାଉନସିଲର ଓ ମହିଳାମାନଙ୍କୁ ସାଙ୍ଗରେ ଧରି ଘରକୁ ଘର ବୁଲି ପୁରୀର ପରିକ୍ରମା ପ୍ରକଲ୍ପ ପାଇଁ ଅକ୍ଷତଚାଉଳ ଓ ଗୁଆ ସଂଗ୍ରହ କରିଥିଲେ । ଜଗନ୍ନାଥଧାମରେ ବଲାଙ୍ଗୀରବାସୀଙ୍କ ସୁଖସମୃଦ୍ଧି କାମନା କରି ଏହି ଅକ୍ଷତଚାଉଳ ଗୁାଆ ପଠାଯିବବ ବୋଲି କଳିକେଶ ସୂଚନା ଦେଇଥିଲେ । ଏହି କାର୍ୟ୍ୟକ୍ରମରେ ଶହଶହ ସଂଖ୍ୟାରେ ପୁରୁଷ/ମହିଳା ସାମିଲ ଥିବା ଦେଖାଯାଇଥିଲା ।
ବଲାଙ୍ଗୀର ଜିଲ୍ଲାର ୧୪ଗୋଟି ବ୍ଲକର ପଞ୍ଚାୟତ ଅଞ୍ଚଳ ଓ ସହରାଞ୍ଚଳ ମାନଙ୍କରେ ଏହି ରଥ ପରିକ୍ରମା କରିବ । ଆଜି ସଦର ବ୍ଲକଠାରେ ବ୍ଲକର ଅଧ୍ୟକ୍ଷା ସରିତା ବାଗ ଓ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ହୋତା ୩ଟି ରଥକୁ ଶୁଭାରମ୍ଭ କରିଛନ୍ତି । ସଦରବ୍ଲକ ପରିସରରେ ପ୍ରଥମେ ପୂଜାର୍ଚ୍ଚନା କରାଯାଇ ପତାକା ଦେଖାଇ ରଥକୁ ଶୁଭାରମ୍ଭ କରାଯାଇଥିଲା । ଆଜି ସଦରବ୍ଲକର ୨୨ନମ୍ବର ଜିଲ୍ଲାପରିଷଦ ଜୋନର ମନହିରା,ସକମାକୁ ଗୋଟିଏରଥ,ଚୁଡାପାଲି ଓ ଚିକଲବାହାଲକୁ ଗୋଟିଏରଥ ଓ କୁଡାସିଂହା-ଶିକାଛିଡା ପଞ୍ଚାୟତର ଗ୍ରାମମାନଙ୍କୁ ଏହି ରଥ ପରିକ୍ରମା କରିବ । ପ୍ରତ୍ୟେକଗ୍ରାମକୁ ଏହି ରଥ ବୁଲି ପ୍ରତ୍ୟେକ ଘରୁ ପରିକ୍ରମ ପ୍ରକଲ୍ପ ପାଇଁ ଅକ୍ଷତଚାଉଳ ଓ ଗୁଆ ସଂଗ୍ରହ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷା ସରିତା ବାଗ ସୂଚନା ଦେଇଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷା/ଉପାଧ୍ୟକ୍ଷା ସମେତ ବ୍ଲକର ବିଡିଓ ଶରତକୁମାର ସେଠୀ,ପୂର୍ବତନ ବ୍ଲକଅଧ୍ୟକ୍ଷ ଗୋଲାପ ବାଗ,ଜିଲ୍ଲାପରିଷଦ ସଭ୍ୟା ଅନୀମା ହୋତା,ଜିଲ୍ଲା ସୂଚନା ଓ ଲୋକସଂମ୍ପର୍କ ଅଧିକାରୀ ସରୋଜକୁମାର ସାହୁ,ଜିଲ୍ଲା ବିଜୁଜନତାଦଳର ଯୁବସଭାପତି ରାଜେନ୍ଦ୍ର ହୋତା,ପ୍ରଦ୍ୟୁମ୍ନ ହୋତା,ଏବିଡିଓ ରାମଦତ୍ତ ଭୋଇ ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ଲୋକପ୍ରତିନିଧି ଓ ବ୍ଲକକର୍ମଚାରୀମାନେ ଉପସ୍ଥିତ ରହିଥିଲେ ।