-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
ବେଲପଡ଼ା (ପୂର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଛକ ଠାରେ ତିନୋଟି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତବର୍ଷ ଠାରୁ ବେଲପଡା ବ୍ଳକ ର ମୂଳନିବାସୀ ଓ ଏଲ୍ ଡି ସଂଗଠନ ତରଫରୁ ପ୍ରଶାସନ କୁ ଏଠାରେ ତିନୋଟି ମହାପୁରୁଷ ଡ଼ଃ ଭୀମ ରାଓ ଆମ୍ବେଦକର, ବିର୍ସା ମୁଣ୍ଡା, ସାବିତ୍ରୀ ବାଇ ଫୋଲେ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଲିଖିତ ଦେଇଥିବା ବେଳେ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିଲା। ସରକାରୀ ଅବଧି ଶେଷ ହେବା ପରେ ଆଜି ଏଲ୍ ଡି ଏ ପ୍ରତିଷ୍ଠାତା ଲବ ସୁନାଙ୍କ ନେତୃତ୍ୱରେ ସମସ୍ତ ଏଲ ଡି ଏ ସଦସ୍ୟ ସଦସ୍ୟା ମାନେ ନିଜ ହିସାବରେ ତିନି ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ବେଲପଡା ବ୍ଳକ ଛକ ଠାରେ ଭୂମି ପୂଜନ କରି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଆଗାମୀ ଦିନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଏଲ ଡି ଏ ପ୍ରତିଷ୍ଠାତା ଲବ ସୁନାଙ୍କ ସହିତ ବେଲପଡା ସଭାପତି ବଲରାମ ସୁନା, ସମ୍ପାଦକ ରାଜେଶ ତାଣ୍ଡି,ଉପଦେଷ୍ଟା ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ କ୍ଷୀରସିନ୍ଧୁ ସୁନା, ଆଦିବାସୀ ନେତା ଜଗଜୀବନ ଭୋଇ, ଯୁଗେଶ୍ବର ବାରିକ, ନୀରୁ ତାଣ୍ଡି, ପରମେଶ୍ବର ତାଣ୍ଡି, ପାଣ୍ଡବ ତାଣ୍ଡି, ଯୁବରାଜ ବିଭାର, ଭୋଲେଶ୍ବର ତାଣ୍ଡି, ଚନ୍ଦନ ନାଗ, ଦିଲିପ ଦୀପ, କ୍ଷେତ୍ର ମୋହନ ଦାସ ଙ୍କ ସମେତ ଅନେକ ପୁରୁଷ ମହିଳା ଉପସ୍ଥିତ ଥିଲେ। ତିନି ଜଣ ମହାପୁରୁଷଙ୍କ ଦେଶ ପ୍ରତି ଦେଇଥିବା ଅବଦାନ ଓ ପ୍ରେରଣା ବିଷୟରେ ବର୍ଣ୍ଣନା କରି ଆଗାମୀ ଦିନରେ ଶିକ୍ଷିତ ହୁଅ ବୋଲି ଲବ ସୁନା ପରାମର୍ଶ ଦେଇଛନ୍ତି। ସେହି ପରି ସଭାପତି ବଲରାମ ସୁନା ମଧ୍ୟ ନିଜ ବକ୍ତବ୍ୟ ଦେଇଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଅଭିଭାଷଣ ରଖିଛନ୍ତି।