-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
07-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ବ କରିଥିବା ବେଳେ , ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦିପାଞ୍ଜଳି ଖଟୁଆ, ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶ୍ରୀଯୁକ୍ତ କୁଶଲେଶ୍ୱର ସାହୁ ଯୋଗଦେଇଥିଲେ । ଶିକ୍ଷା କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ଵ ସମ୍ପର୍କରେ ଅବଗତ କରାଇବା ସହ, ନିଜର ଶାରୀରିକ ବିକାଶ ଓ ମନରେ ଶାନ୍ତି ଜାଗ୍ରତ କରିପାରେ ଖେଳର ପ୍ରାଧାନ୍ୟତା ରହିଛି ବୋଲି ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। କ୍ରୀଡ଼ା କୁ ପରିଚାଳନା କରିଥିଲେ ବିଦ୍ୟାଳୟର ଖେଳ ଶିକ୍ଷକ ଦୁଷ୍ମନ୍ତ ବିଶ୍ବାଳ ଓ ସହଯୋଗ କରିଥିଲେ ବିଲାସପୁର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଆଦିନାଥ ଦାସ । ଏହି ଅବସରରେ ଦୌଡ଼ ପ୍ରତିଯୋଗିତା ରୁ ଆରମ୍ଭ କରି ଲମ୍ବା ଡିଆଁ, ଉଚ୍ଚ ଡିଆଁ ଏହିପରି ଅନେକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ମନୋରଞ୍ଜନ ପ୍ରଧାନ, ସତ୍ୟଜିତ ପଣ୍ଡା, ସୁଜିତ୍ କୁମାର ତରିଆ, ଆଲୋକ ପରଡିଆ, ଦେବଶ୍ରୀତ ପ୍ରଧାନ, ବୀରଭଦ୍ର ମିଶ୍ର , ସରୋଜ କୁମାର ସାହୁ, ଶିକ୍ଷୟତ୍ରୀ ହେମାବନ୍ତି ବାଘ, ଏମ. ମାଧୁରୀ ଦୋରା, ସୁପ୍ରିୟା ପ୍ରିୟଦର୍ଶିନୀ, ମିରବାଇ ଧାରୁଆ ଗୀତାଞ୍ଜଳି ପ୍ରଧାନ, ମନୋଜ, ନିଲିମା, ରଘୁନାଥ ଓ ବିଦ୍ୟାଳୟରଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ଜୁନିଅର ରେଡ଼କ୍ରସ କାଉନସିଲର ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।