-+91-9937148622 |
prerana_bgr@rediffmail.com |
Tuesday 7th July 2026 |
R.N.I. Regd No. ODIODI/2010/46693
Breaking News
06-Jan-2024
ବଲାଙ୍ଗୀର(ପ୍ରେରଣା ଖବର) -ବଲାଙ୍ଗୀର ପୌରପାଳିକା ଅଞ୍ଚଳରେ ରାଜ୍ୟସରକାର କୋଟି କୋଟି ଟଙ୍କାର ଅନୁଦାନ ଦେଇ ରାସ୍ତା ଓ ଡ୍ରେନନିର୍ମାଣ କରାଉଛନ୍ତି । କିନ୍ତୁ ଦୁର୍ନିତୀଖୋର ଅଧିକାରୀମାନଙ୍କ ଯୋଗୁଁ କାମଗୁଡିକ ନିମ୍ନମାନର ହେଉଥିବା ବେଳେ କମଦିନରେ ରାସ୍ତାର ଡ୍ରେନ ଭୁଷୁଡି ପଡୁଛି । ଯାହାକି ସାଧାରଣଜନତାଙ୍କୁ ଅସୁବିଧାରେ ପକାଉଛି । ସେପଟେ ଏବିଷୟରେ ସ୍ଥାନୀୟପଡାବାସୀ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣିନାହିଁ । ଶେଷରେ ନିଜେ ଲୋକମାନେ ନିଜର ଡ୍ରେନ ସଫେଇ କରିବା ସହିତ ଡ୍ରେନଉପରେ ପ୍ଲେଟ ପକାଉଥିବା ଦେଖିବାକୁ ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ପୂର୍ତ୍ତବିଭାଗ ଲକ୍ଷାଧିକ ଟଙ୍କାରେ ଡ୍ରେନନିର୍ମାଣ କରିଥିଲେ ହେଁ ତାହା ବର୍ଷଟିଏ ମଧ୍ୟ ଯାଉନାହିଁ ଭାଙ୍ଗିଯାଉଛି । ପୂର୍ତ୍ତବିଭାଗର ଏଭଳି ନିମ୍ନମାନର କାମକୁ ନେଇ ଜନଅସନ୍ତୋଷ ବଢୁଛି । ଖବର ନେବାରୁ ଜଣାଯାଇଛି ଯେ,ଗତ ୨୦୨୨ ମସିହାର ଶେଷଆଡକୁ ବଲାଙ୍ଗୀର ସହରର ଗାନ୍ଧୀନଗରଛକ ଠାରୁ ତାଲପାଲିପଡା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତବିଭାଗର ରାସ୍ତାର ବରପାଲିପଡା ଟ୍ରାନ୍ସଫର୍ମର ଠାରୁ ଅର୍ଣ୍ଣପୂର୍ଣ୍ଣା ଫେନ୍ସି ଷ୍ଟୋରପର୍ଯ୍ୟନ୍ତ ବାମକଡେ ପୂର୍ତ୍ତବିଭାଗ ପକ୍ଷରୁ ଡ୍ରେନକାମ କରାଯାଇଥିଲା । ସେହିକାମକୁ ଜଣେ ଠିକଦାର ସବଲେଟରେ କରୁଥିଲେ । ନିମ୍ନମାନର କାମ ହେଉଥିବା ଅଭିଯୋଗ ମଧ୍ୟ ଉଠିଥିଲା । କିନ୍ତୁ ବିଭାଗ କାହାରି ଅଭିଯୋଗ ଶୁଣିଲା ନାହିଁ । ଶେଷରେ ୬ମାସ ମଧ୍ୟ ଗଲାନାହିଁ ଡ୍ରେନ ଭୁଷୁଡି ପଡିଲା । ଡ୍ରେନଉପରେ ଦିଆଯାଇଥିବା ଢାଙ୍କୁଣି ସବୁ ଭାଙ୍ଗିଯାଇ ଡ୍ରେନରେ ପଡିଲା । ତାକୁ ପୌରପାଳିକା କିମ୍ବା ପୂର୍ତ୍ତବିଭାଗ ସଫେଇ କଲେନାହିଁ । ଡ୍ରେନ ଜାମ ହୋଇ ପାଣି ରାସ୍ତା ଉପରେ ଗଡିଲା । ଏପରିକି ଏହି ରାସ୍ତାରୁ ଗୁପ୍ତା ଫ୍ଲାଟକଲୋନୀକୁ ଯାଇଥିବା ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଞ୍ଚଳବାସୀ ଅନେକଥର ପୌରପାଳିକା ତଥା ପୂର୍ତ୍ତବିଭାଗକୁ ଅନୁରୋଧ କରିଥିଲେ ହେଁ କେହି ନଶୁଣିବାରୁ ଶେଷରେ ନିଜେ ନିଜେ ଡ୍ରେନକୁ ସଫେଇକରି ରାସ୍ତାନିର୍ମାଣ କରାଉଛନ୍ତି । ପ୍ରଶାସନର ଏଭଳି ଅଣଦେଖାକୁ ବିଭିନ୍ନ ମହଲରେ ନୀନ୍ଦା ମଧ୍ୟ କରାଯାଉଛି ।