-+91-9937148622 |

prerana_bgr@rediffmail.com |

  Tuesday 7th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      *ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   (07-Jul-2026)       ||      ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   (07-Jul-2026)       ||      ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   (06-Jul-2026)       ||      ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   (06-Jul-2026)       ||      ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   (06-Jul-2026)       ||      ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (06-Jul-2026)       ||      ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   (06-Jul-2026)       ||      *ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   (06-Jul-2026)       ||      ବଲାଙ୍ଗିର ଜିଲ୍ଲାରେ ରେଭୁନ୍ୟୁ ବିଭାଗର ବଦଳିରେ ହେରାଫେରି... ଚର୍ଚ୍ଚାରେ ତ୍ରିପାଠୀ ବାବୁ   (06-Jul-2026)       ||      କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ କଫି ବ୍ରେକ୍ କାର୍ଯ୍ୟକ୍ରମ♦️ ଓଡ଼ିଆ କବିତାର ବର୍ଷାରେ ଭିଜିଲେ ଯୁବ ପିଢ଼ି    (05-Jul-2026)       ||      ସମାଜ ଖବକାଗଜ ପକ୍ଷରୁ ବ୍ଲକ ସ୍ତରୀୟ ଚିତ୍ରାଙ୍କନ ଓ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ   (05-Jul-2026)       ||      ବର୍ଷାକୁ ଖାତିର କଲେ ନି♦️ ଚିତ୍ରାଙ୍କନ ଓ କୁଇଜ୍‌ ପରୀକ୍ଷା ଦେଲେ ୭୮ଜଣ   (05-Jul-2026)       ||      ଡେଙ୍ଗ ବିଦ୍ୟାଳୟ ରେ ବନମହୋତ୍ସବ ପାଳିତ    (05-Jul-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ    (05-Jul-2026)       ||      ଖୁବ ଶୀଘ୍ର ନୂଆ ରୂପରେ ଝଲସି ଉଠିବ ବରପାଲି ସହର   (05-Jul-2026)       ||      ବରପାଲି ଅଶୋକ କ୍ଲବର ଉନ୍ନତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ   (05-Jul-2026)       ||     

HOME   ଜିଲ୍ଲା

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

06-Jan-2024



ତୁଷୁରା(ପଞ୍ଚାନନ ନାଏକ ): ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଗୁଡଭେଲା ବ୍ଲକ୍ ର ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ର ପ୍ରଥମ ବାର୍ଷିକ ଉତ୍ସବ ଜାନୁଆରୀ ୬ ତାରିଖ ଶନିବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଶ୍ରୀ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଲକ୍ ବିଇଓ ଶ୍ରୀ ରୁଷିଆ ମେହେର ଉଦ୍ଘାଟକ ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ତୁଷୁରା ଏନ୍.ଏ.ସି ଅଧ୍ୟକ୍ଷ ଶ୍ରୀ ଅଜୟ ଜୟଶ୍ଵାଲ ଯୋଗ ଦେଇ ଏଭଳି

ଏକ ଭବ୍ୟ କାର୍ଯ୍ୟକ୍ରମ ର ଆୟୋଜନ କରିଥିବାରୁ ପ୍ରଧାନ ଶିକ୍ଷକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ବିଶିଷ୍ଟ ଅତିଥି ଭାବେ  ତୁଷୁରା ଥାନା ଆଇ.ଆଇ.ସି ଶ୍ରୀ ସଞ୍ଜିବ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀ ପିଙ୍କୁ ଅଗ୍ରୱାଲ, ବିଶିଷ୍ଟ ସସାଜ ସଂସ୍କାରକ ଶ୍ରୀ ବିଭୋର କେଡିଆ,ସି.ଆର୍.ସି.ସି. ଜଗମୋହନ ତ୍ରିପାଠୀ ଯୋଗ ଦେଇ ବିଦ୍ୟାଳୟ ଅଭିନବ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ମୁଖ୍ୟବକ୍ତା ଭାବେ ତୁଷୁରା ବାଳିକ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀ ଭକ୍ତ ଚରଣ ଦାଶ ଯୋଗ ଦେଇଥିଲେ । ଏହି ଅବସରରେ ଗତ ଡ଼ିସେମ୍ବର ୩୧ ତାରିଖରେ ସରକାରୀ ଚାକିରୀ ରୁ ଅବସର ନେଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ଆର୍ତ୍ତତ୍ରାଣ ବେହେରାଙ୍କୁ ମାନପତ୍ର, ସ୍ମୃତି ଚିହ୍ନ, ଉପହାର ଓ ଉପଢ଼ୌକନ ଦେଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ବାର୍ଷିକ ଉତ୍ସବରେ ବିଶେଷ ସହଯୋଗ କରିଥିବାରୁ ବିଦ୍ୟାଳୟ ତରଫରୁ ଶିକ୍ଷକ ପ୍ରଭାତ କିଶୋର ରାଏଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ବାର୍ଷିକ କ୍ରୀଡା ଓ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସୁରଭି ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ପୁରସ୍କୃତ କରାଯାଇଥିଲା ।ଶେଷରେ ସହକାରୀ ଶିକ୍ଷୟିତ୍ରୀ ବିନ୍ଦୁ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ସୁଶ୍ରୀ ରଞ୍ଜିତା ନାଗ, ପରିଚାଳନା ସମିତି ର ସଦସ୍ୟ/ସଦସ୍ୟା ସଂପୂର୍ଣ୍ଣ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   07-Jul-2026
  ଜିଲ୍ଲା  
ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   07-Jul-2026
  ଜିଲ୍ଲା  
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   07-Jul-2026
  ଜିଲ୍ଲା  
*ଅଙ୍ଗନୱାଡି ଘରର ଅବସ୍ଥା ଦେଖି ପିଲାଙ୍କୁ ନେଇଗଲେ ଅଭିଭାବକ , ମରାମତି ନ ହେବା ଯାଏଁ ପିଲାଙ୍କୁ ଅଙ୍ଗନୱାଡି ନ ଛାଡ଼ିବା ପାଇଁ ନିଷ୍ପତି*   07-Jul-2026
  ଜିଲ୍ଲା  
ବରପାଲିରେ ‘ପ୍ଲାଣ୍ଟ ପାରାଡାଇଜ’ ନର୍ସରୀର ଶୁଭ ଉଦଘାଟନ   07-Jul-2026
  ଜିଲ୍ଲା  
ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ   06-Jul-2026
  ଜିଲ୍ଲା  
ପୁରୀରେ ରଥଯାତ୍ରା ପାଇଁ ପାନୀୟ ଜଳ ବ୍ୟବସ୍ଥାର ସମୀକ୍ଷା, ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ କ୍ଷେତ୍ର ପରିଦର୍ଶନ♦️୪୨ ଏମଏଲଡି ଜଳ ବିଶୋଧନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା   06-Jul-2026
  ଜିଲ୍ଲା  
ପୁଇଁତଲା ମୁଖ୍ୟ ନାଳ ଅବରୋଧ, ଜଳବନ୍ଦୀ ରେ ଗୃହ...   06-Jul-2026
  ଜିଲ୍ଲା  
ବିଶାଲପାଳି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   06-Jul-2026
  ଜିଲ୍ଲା  
ବୁରୋଗlଢ଼ରେ ବାରମ୍ବାର ବନ୍ୟା ଯୋଗୁଁ ଜାତାୟତ ଠପ୍   06-Jul-2026
  ଜିଲ୍ଲା  
*ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ*   06-Jul-2026

You Might Also Like