-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||     

HOME   ମହାନଗର

ଏସ୍‌ସିବି ହେବ ଏମ୍ସ୍‌ ପ୍ଲସ୍‌; ପଙ୍ଖାରେ ଝୁଲିଛି ସାଲାଇନ୍‌, ଚଟାଣରେ ରୋଗୀ

18-Dec-2020



(ପ୍ରେରଣା ଖବର) କଟକ: କଟକ ବଡ଼ ଡାକ୍ତରଖାନାକୁ ଏମ୍ସ ପ୍ଲସ୍‌ କରିବା ପାଇଁ ସରକାରଙ୍କ କସରତ ଚାଲିଛି। ହେଲେ, ଡାକ୍ତରଖାନାର ଭିତର ଅବସ୍ଥା କିଛି ଭିନ୍ନ କଥା କହୁଛି। ଦିଆଯାଇଥିବା ଫଟୋଟି ହେଉଛି କଟକ ବଡ଼ ଡାକ୍ତରଖାନା କାଜୁଆଲିଟି। ଯେଉଁଠି ହଟହଟା ହେଉଛନ୍ତି ରୋଗୀ। ଡାକ୍ତରଙ୍କ ପାଖକୁ ଯିବାକୁ ଲମ୍ବା ଲାଇନ୍‌। ଲାଇନ୍‌ରେ ଆସି ଡାକ୍ତରଙ୍କ ପାଖରେ ପହଞ୍ଚିଲାବେଳକୁ ରୋଗୀ ଅବସ୍ଥା ସଙ୍କଟାପନ୍ନ ହୋଇଯାଉଛି। ବେଡ୍‌ ନଥିବାରୁ ଚଟାଣରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛନ୍ତି ଗୁରୁତର ରୋଗୀ। ଆଜି ଏସ୍‌ସିବି କାଜୁଆଲିଟିରେ ପୁଣି ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଲାଇନ୍‌ ଟାଙ୍ଗିବାକୁ ସ୍ଥାନ ନଥିବାରୁ ସିଲିଂ ଫ୍ୟାନ୍‌ରେ ଲାଗିଛି ରୋଗୀଙ୍କ ସାଲାଇନ୍‌। ଏହା କେବଳ ଆଜିର ଘଟଣା ନୁହେଁଳ ଅନେକ ସମୟରେ ରୋଗୀଙ୍କ ସଂପର୍କୀୟ ସାଲାଇନ୍‌ ଧରି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଥିବା ଏଠାକାର ନିତିଦିନିଆ ଘଟଣା। ଏସ୍‌ସିବି ଏମ୍‌ସ ପ୍ଲସ୍‌ ହେବ ସେଥିପାଇଁ ଆହୁରି ୨ବର୍ଷ ବାକି ରହିଛି। କିନ୍ତୁ ତାରି ଭିତରେ ଯଦି ଭିତ୍ତିଭୂମିର ବିକାଶ କରା ନ ଯାଏ ତା’ହେଲେ ହନ୍ତସନ୍ତ ହେବେ ରୋଗୀ ଓ ସଂପର୍କୀୟ। କେବଳ ସେତିକି ନୁହେଁ, ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଅନ୍‌କଲ୍‌ରେ ଡାକ୍ତରଙ୍କୁ ଡକାଗଲେ ମଧ୍ୟ ବିଳମ୍ବ ହେଉଥିବାରୁ ଗୁରୁତର ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସ୍‌ସିବି କାଜୁଆଟିଲିରେ ବିଭିନ୍ନ ସମୟରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଯାଉଥିବାବେଳେ ଆଜି ଫ୍ୟାନ୍‌ରେ ସାଲାଇନ ଝୁଲିବା ଘଟଣାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍‌ସିବି ଏମ୍ସ ପ୍ଲସ୍‌ ହେବ, କିନ୍ତୁ ତା ପୂର୍ବରୁ ଯାହା ଅଛି ସେହି ବ୍ୟବସ୍ଥା ଭିତରେ ରୋଗୀ ଠିକ୍‌ ଭାବରେ ଚିକିତ୍ସା ପାଆନ୍ତୁ ବୋଲି ଅନେକ ସ୍ବେଚ୍ଛାସେବୀ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ରିପୋର୍ଟ ନଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ୱାର୍ଡକୁ ପଠାଯାଉ ନାହିଁ। ଫଳରେ ରିପୋର୍ଟକୁ ଅପେକ୍ଷା କରି ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ତାରି ଭିତରେ ବି ଅନେକଙ୍କ ଜୀବନ ଚାଲିଯାଉଛି ଅଥବା ଅବସ୍ଥା ଗୁରୁତର ହୋଇଯାଉଛି। ନମ୍ବର ଅନୁସାରେ ଆସୁଛି ରିପୋର୍ଟ। ସେ ପର୍ଯ୍ୟନ୍ତ କେବଳ ସାଲାଇନ୍‌ ମିଳୁଛି। ଡାକ୍ତର ଯଦି ଅତି ଦରକାର ବୋଲି ଭାବୁଛନ୍ତି ତା’ହେଲେ କିଛି ଇଞ୍ଜେକସନ୍‌ ଦିଆଯାଉଛି। ତା’ ପୁଣି ସବୁ ରୋଗୀଙ୍କ ଭାଗ୍ୟରେ ଜୁଟୁନି। ଏଭଳି ରିପୋର୍ଟ ଅପେକ୍ଷାରେ ଏସ୍‌ସିବି କାଜୁଆଲିଟିକୁ ଆସୁଥିବା ଶତାଧିକ ରୋଗୀଙ୍କ ଜୀବନ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026

You Might Also Like