-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
18-Dec-2020
(ପ୍ରେରଣା ଖବର) ବଲାଙ୍ଗୀର: ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଏଥିରେ ନିଆଁରେ ପୋଡ଼ି ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ବସଷ୍ଟାଣ୍ଡ ନିକଟସ୍ଥ ଫଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ ୭ଟି ଠେଲା ଜଳିଯାଇଥିଲା। ତାଛଡ଼ା ସେଠାରେ ଥିବା ଦେଢ ଲକ୍ଷରୁ ଅଧିକ ଟଙ୍କାର ଫଳ ନଷ୍ଟ ହୋଇଥିବା କୁହାଯାଉଛି। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଖାଲି ସେତିକି ନୁହେଁ, ଏଠାରେ ଥିବା ୧୦ଟି ଦୋକାନରେ ନିଆଁ ଲାଗି ଯାଇଥିଲା। ସବୁ ଦୋକାନର ଫଳ ପୋଡ଼ି ନଷ୍ଟ ହୋଇଯାଇଛି।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିଲେ ବି କେହି ଦୁର୍ବୃତ୍ତ ଫଳ ମାର୍କେଟରେ ନିଆଁ ଲଗାଇଥିବାର ସନ୍ଦେହ କରାଯାଉଛି। ନିଆଁରେ ପୋଡ଼ି ଗୁରୁତର ହୋଇଥିବା ଲୋକର ନାଆଁ ସିଲେଟ୍ ବୋଲି ସୂଚନା ମିଳିଛି। ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।