-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2024
କଣ୍ଟାମାଳ, (ଜୟ କୁମାର ମହାରଣା )
ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି ପକ୍ଷରୁ ଆଜି ଏକ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ବାହାରି ମଙ୍ଗଳବାର ଠାରୁ ଆରମ୍ଭ ହେଉଥିବା ବୌଦ୍ଧ ମହୋତ୍ସବ ରେ ଯୋଗଦେଇଛି l କଣ୍ଟାମାଳ ବିଡ଼ିଓ ଙ୍କ ନେତୃତ୍ୱରେ ବ୍ଲକର ରେଘାମୁଣ୍ଡା ଭାଇ ବୋହୁ ଦେଢଶୁର ସ୍ଥିତ ଶୈବ ମନ୍ଦିର ରୁ ପୁଜାର୍ଚନା ପରେ ମଶାଲ ସହ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା l କଣ୍ଟାମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି ହାତରେ ସାଂସ୍କୃତିକ ମଶାଲ ଧରି ଶୋଭାଯାତ୍ରା ରେ ବାହାରି ଅମ୍ବଗାଁ, ଘଣ୍ଟାପଡା, କଣ୍ଟାମାଳ, ମନମୁଣ୍ଡା ହୋଇ ବୌଦ୍ଧ ପହଞ୍ଚିଥିଲେ l ଏହି ଶୋଭାଯାତ୍ରା ରେ ବ୍ଲକର ସମସ୍ତ କର୍ମଚାରୀ, ଆଇସିଡ଼ିଏସ ସୁପରଭାଇଜର, ଅଙ୍ଗନବାଡି କର୍ମୀ ପ୍ରମୁଖ ଯୋଗଦେଇଥିଲେ l