-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୁବର୍ଣ୍ଣପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରି ର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ର ଦ୍ବିତୀୟ ସନ୍ଧ୍ୟା ରେ ସୁନ୍ଦରଗଡର ମାରିଆ ଜ୍ୟୋତି ସାଂସ୍କୃତିକ କଳା ପରିଷଦ ର ଝୂମେର ନାଚ ଗୀତ , ପଇଁରି ର ଜମୁଡ଼ାଲି, ଭାଲେରର ଚୁଟକୁ ଚୁଟା, ଅସlମ୍ ର ବିହୁ, ମଧ୍ଯ ପ୍ରଦେଶ ଓ ଗୁଜରାଟ କଳାକାର ଙ୍କ ନାଚ ଗୀତ
ରେ ଖୁବ୍ ମଜା ନେଲେ ଦର୍ଶକ l ଆଜି ର ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିବା ବେଳେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତlମସି ତlମସ୍ମିତl ନାଏକ , ବିରମହlରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଆଇ ସି ଆଇ ସି ବ୍ୟାଙ୍କ୍ ମ୍ୟାନେଜର ସତ୍ୟ
ଜିତ୍ ମିଶ୍ର, ନାଟ୍ୟଶ୍ରୀ ଗଦାଧର ବାରିକ୍, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୋଗ ଦେଇ କଳାକାର ଙ୍କୁ ପୁରସ୍କୃତ, କରି ଉତ୍ସାହିତ କରିଥିଲେ l ପଏଁରୀ ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଏହି ସଭାକୁ ସମ୍ପଦକ ଚୌଧୁରୀ ବିଭାର ସଂଯୋଜନା କରିଥିଲେ l ଉପସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l ବିଳମ୍ୱିତ ରାତି ଯାଏଁ ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l