-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||     

HOME   ଦେଶ ବିଦେଶ

୫ ଜଣଙ୍କୁ ନୂଆ ଜୀବନ ଦେଲା ଅଢ଼େଇ ବର୍ଷର ଶିଶୁ, ବାଲ୍‌କୋନିରୁ ଖସି ପଡ଼ି ମସ୍ତିଷ୍କାଘାତ

18-Dec-2020



(ପ୍ରେରଣା ଖବର) ସୁରଟ୍‌: ସୁରଟର ଏକ ଅଢ଼େଇ ବର୍ଷର ଶିଶୁ ୫ ଜଣଙ୍କୁ ନୂଆ ଜୀବନ ଦେଇଛି। ନିଜ ଜୀବନ ବଦଳରେ ସେ ପାଞ୍ଚଟା ଜୀବନ ବଞ୍ଚାଇ ଦେଇଛି। ଉକ୍ତ ଶିଶୁର ନାମ ଜାଶ୍‌ ଓଜା। ଭଟର୍‌ ଅଞ୍ଚଳ ସ୍ଥିତ ଶାନ୍ତି ପ୍ୟାଲେସ୍‌‌ରେ ରହୁଥିବା ଜାଶ୍‌ ଓଜା ନିଜ ପଡ଼ୋଶୀଙ୍କ ଘରେ ଖେଳୁଥିବା ସମୟରେ ଦ୍ବିତୀୟ ମହଲା ବାଲ୍‌କୋନିରୁ ଖସି ପଡ଼ିଥିଲା। ଏହି ସମୟରେ ଶିଶୁଟିର ମସ୍ତିଷ୍କରେ ଆଘାତ ଲାଗିଥିଲା। ସୁରଟରେ ଚିକିତ୍ସା ବେଳେ ଡିସେମ୍ବର ୧୪ରେ ଡାକ୍ତରମାନେ ତାକୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ। ଏହାପରେ ଜାଶ୍‌ର ବାପା ମା ସଂଜୀବ ଓଜା ଏବଂ ଅର୍ଚ୍ଚନା ତା’ର ଅଙ୍ଗଦାନ ପାଇଁ ରାଜି ‌ହୋଇଥିଲେ। ଜାଶ୍‌ ସର୍ବକନିଷ୍ଠ ଶିଶୁ ଭାବେ ନିଜର ହାର୍ଟ‌୍ , ଲିଭର, ଫୁସ୍‌ଫୁସ୍‌, କିଡନି ଏବଂ ଆଖି ଦାନ କରିଛି। ବିମାନରେ ଚେନ୍ନାଇ ଗଲା ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ଅହମଦାବାଦ ଗଲା କିଡ୍‌ନି, ଲିଭର ଜାଶ୍‌ର ହୃତ୍‌ପିଣ୍ଡ ଏବଂ ଫୁସଫୁସ୍‌ ମାତ୍ର ୧୬୦ ମିନିଟ୍‌ ମଧ୍ୟରେ ବିମାନରେ ଚେନ୍ନାଇ ପଠାଯାଇଥିଲା। ରୁଷ୍‌ର ଜଣେ ୪ ବର୍ଷର ଶିଶୁ ଶରୀରରେ ଜାଶ୍‌ର ହୃତପିଣ୍ଡ ପ୍ରତିରୋପଣ କରାଯାଇଥିବାବେଳେ ଫୁସ୍‌ଫୁସ୍‌ ୟୁ‌କ୍ରେନ୍‌ର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି। ୨ଟି ଯାକ ପ୍ରତିରୋପଣ ଚେନ୍ନାଇର ଏମ୍‌ଜିଏମ୍‌ ହସ୍ପିଟାଲ୍‌ରେ ବର୍ଷେ ହେଲା ଚିକିତ୍ସିତ ହେଉଥିବା ଏହି ବିଦେଶୀ ଶିଶଙ୍କୁ ଠାରେ କରାଯାଇଛି। ଜାଶ୍‌ଙ୍କ ୨ଟି ଯାକ କିଡନି ୧୮୦ ମିନିଟ୍‌ରେ ୨୬୫ କିମି ସଡ଼କପଥରେ ଗ୍ରିନ୍‌ କରିଡର୍‌ ଦ୍ବାରା ଅହମଦାବାଦ ପହଞ୍ଚିଥିଲା। ଗୋଟିଏ କିଡନି ସୁରେନ୍ଦ୍ରନଗରର ଜଣେ ୧୩ ବର୍ଷୀୟା ଝିଅ ଶରୀରରେ ପ୍ରତିରୋପଣ କରାଯାଇଥିବାବେଳେ ଅନ୍ୟ ଏକ କିଡ୍‌ନି ଏକ ୧୭ ବର୍ଷୀୟା ଝିଅ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଜାଶ୍‌ଙ୍କ ଲିଭର୍‌ ଭାବନଗରର ଜଣେ ୨ ବର୍ଷର ଝିଅର ଜୀବନ ବଞ୍ଚାଇ ଦେଇଛି। ବ୍ରେନ୍‌ ଡେଡ୍‌ ଘୋଷଣା ପୂର୍ବରୁ ଜାଶ୍‌ ଥରେ ‘ମମି’ କହିଥିବାରୁ ଜାଶ୍‌ର ମା’ ଆଶା ହରାଇ ନଥିଲେ। କିନ୍ତୁ ଅଙ୍ଗଦାନ ପାଇଁ ଉତ୍ସାହିତ କରୁଥିବା ଏବଂ ଏଦିଗରେ କାର୍ଯ୍ୟ କରୁଥିବା ଏକ ସ୍ବେଚ୍ଛାସେବୀ ‌ଅନୁଷ୍ଠାନ ‘ଡୋନେଟ୍‌ ଲାଇଫ୍’ ପ୍ରତିଷ୍ଠାତା ନିଳେଶ ମଣ୍ଡଲେୱାଲା ଜାଶ୍‌ଙ୍କ ମା’ଙ୍କୁ ବୁଝାଇଥିଲେ। ଯଦି ଅଧିକ ସମୟ ଅପେକ୍ଷା କରାଯିବ ତେବେ ଜାଶ୍‌ଙ୍କ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଗୁଡ଼ିକ କିଛି କାମରେ ଲାଗିବନି ବୋଲି ସେମାନେ ବୁଝାଇଥିଲେ। ଶେଷରେ ଜାଶ୍‌ଙ୍କ ମ‌ା’ ବୁଝିଯାଇଥିଲେ। ସେ ଜାଶ୍‌କୁ ଆହୁରି ଅଧିକ ଲୋକଙ୍କ ମଧ୍ୟରେ ଜୀବିତ ଦେଖିବାକୁ ଚାହିଥିଲେ ଏବଂ ଜାଶ୍‌ର ଅଙ୍ଗଦାନ ପାଇଁ ରାଜି ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026
  ଜିଲ୍ଲା  
ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   10-Aug-2026

You Might Also Like