-+91-9937148622 |

prerana_bgr@rediffmail.com |

  Sunday 19th July 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   (19-Jul-2026)       ||      ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   (19-Jul-2026)       ||      ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   (18-Jul-2026)       ||      କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ    (18-Jul-2026)       ||      ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   (18-Jul-2026)       ||      ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   (18-Jul-2026)       ||      ବରପାଲି ରେ ପଞ୍ଚାୟତ ସମିତି ବୈଠକ   (18-Jul-2026)       ||      *ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   (18-Jul-2026)       ||      *ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   (18-Jul-2026)       ||      *ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   (18-Jul-2026)       ||      ନର୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଜାତୀୟ ସ୍ତରରେ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ   (18-Jul-2026)       ||      *ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ,ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ*   (18-Jul-2026)       ||      ଆଇଆଇଏମ ସମ୍ବଲପୁରରେ ୮ମ ପିଏଚ୍‌ଡି ବ୍ୟାଚ୍ ଏବଂ ୭ମ ପିଏଚ୍‌ଡି–କାର୍ଯ୍ୟରତ ପେଶାଜୀବୀ (PhD-WP) ବ୍ୟାଚ୍ (୨୦୨୬)ର ସ୍ୱାଗତ   (18-Jul-2026)       ||      ମେରା ଯୁବ ଭାରତ ସମ୍ବଲପୁର ପକ୍ଷରୁ ଜିଲ୍ଲା ପରାମର୍ଶଦାତା ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   (18-Jul-2026)       ||      ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ   (18-Jul-2026)       ||      ପାଣିରେ ରୋଗ ଭଲ କରିବା ନାଁ ରେ କୋଟି କୋଟି ଟଙ୍କା ଆଦାୟ।   (18-Jul-2026)       ||      ଆଗଲପୁର ବ୍ଲକ ରେ ସମିତି ବୈଠକ                                     (18-Jul-2026)       ||      ରଥଯାତ୍ରାରେ ଓମ୍ଫେଡ୍ ର ସିଏସ୍ଆର କାର୍ଯ୍ୟକ୍ରମ ♦️୨୫ ହାଜର ଶ୍ରଦ୍ଧାଳୁଙ୍କୁ ବାଣ୍ଟିଲା ମ୍ୟାଙ୍ଗୋ ଜୁସ୍   (18-Jul-2026)       ||      ସମ୍ବଲପୁର ମହାନଗର ନିଗମ (SMC) ଅଞ୍ଚଳରେ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ    (17-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡ଼ିଶାର ସାତୋଟି ପୁନନିର୍ମିତ ରେଳ ଷ୍ଟେସନର ଶୁଭଉଦ୍ଘାଟନ  କଲେ ପ୍ରଧାନମନ୍ତ୍ରୀ   (17-Jul-2026)       ||     

HOME   ଦେଶ ବିଦେଶ

 ଦେଢ଼ଗାଁରେ ଯୁବକଙ୍କୁ ହତ୍ୟା ଘଟଣା ପ୍ରେମ ପାଇଁ ଦେଢଶୁର କୁ ମାରିଦେଲା ଭାଇବୋହୁ,ଆଉ ଜଣେ ଗିରଫ

28-Dec-2023



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ଦେଢ଼ଗାଁ ଗ୍ରାମରେ ଗତ ୨୧ ତାରିଖ ଗୁରୁବାର ରାତିରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ନେଇ ଆଗରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବୁଧବାର ଆଉ ଜଣକୁ ଗୋପାଳ ମହାନନ୍ଦ କୁ ଗିରଫ କରି କୋର୍ଟ ଚାଲାଣ କରିଛି ସିନ୍ଧେକେଲା ପୋଲିସ । ଘଟଣାରେ ସଂପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଗୋଟିଏ ଲୁହା ପାଇପ (ମୋଟର ସାଇକେଲର ସକପ ରଡ଼) ଏବଂ ୨ ଟି ମୋବାଇଲକୁ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ସୂଚନା ଦେଇଥିଲେ । ପ୍ରେମ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ବସନ୍ତ ଦଳାଇ ଉପସ୍ଥିତ ଥିଲେ ।

                 ଏପରି ଘଟିଥିଲା ହତ୍ୟାକାଣ୍ଡ 

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଜଘନ୍ୟ ହତ୍ୟାଘଟଣା । ଦେଢ଼ଗାଁ ଗ୍ରାମର ରୁଖାଡ ଥପା (୩୪) ନିଜ ଘରେ ଶୋଇଥିବା ବେଳେ ଘର ଭିତରକୁ ପଶି ନିର୍ମମ ଭାବେ ହତ୍ୟା କରିବା ଭଲି ଏକ ଜଘନ୍ୟ କାଣ୍ଡ ଘଟିଯାଇଛି ପୁରା ଫିଲ୍ମ ଷ୍ଟାଇଲରେ । ନିଜ ବିଧବା ଭାଇ ବୋହୂ ଘରେ ଶୋଇଥିବା ଦେଢଶୁର ଙ୍କୁ ଜିବନରେ ମାରିଦେବାକୁ ରଚିଥିଲା ନିଜ ପ୍ରେମିକ ଙ୍କ ସହ ବ୍ଲୁ ପ୍ରିଣ୍ଟ। ଓ ଏଥିପାଇଁ ପ୍ରେମିକ ତିନିଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ପ୍ରେମିକା ଜୟନ୍ତୀ ଙ୍କ ଦେଢଶୁର ରୁଖାଡ କୁ ହତ୍ୟା କରିବା ପାଇଁ ପହଞ୍ଚିଥିଲା ଘରକୁ। 

ଅଭିଯୁକ୍ତ ଭାଇ ବୋହୂ କାହିଁକି ହତ୍ୟା କାଣ୍ଡ ଭିଆଇ ଥିଲା।

ରୁଖାଡ ଙ୍କ ଭାଇ କରୁଣା ୨୦୨୨ ଜାନୁଆରୀ ୨୦ ରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ । ସେହି ଦିନଠାରୁ ମୃତ ରୁଖାଡ ଙ୍କ ଭାଇ ବୋହୂ ଜୟନ୍ତୀ ଏକାକୀ ହୋଇପଡ଼ିଥିଲେ। ଗୋଟିଏ ମାତ୍ର ଛୋଟ ଛୁଆ କୁ ନେଇ ସେ ପରିବାର ସହ ମିଶି ଆରାମରେ ଚଳୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ସମୟ ଅସମୟରେ ଘରୁ ବାହାରକୁ ଏକାକୀ ଯିବାଆସିବା କରୁଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ମତାନ୍ତର ଲାଗି ରହୁଥିଲା। ଏନେଇ ସାମାଜିକ ବୈଠକ ମଧ୍ୟ ବସିଥିଲା । ଏ ମଧ୍ୟରେ ଜୟନ୍ତୀ ଙ୍କ ପ୍ରେମ ସମ୍ପର୍କ ଜଣେ ଯୁବକଙ୍କ ସହ ନିବିଡ଼ ହୋଇ ଯାଇଥିଲା  । ଦେଢଶୁର ରୁଖାଡ ବାରମ୍ବାର ଜୟନ୍ତୀ ଙ୍କୁ ପରିବାରର ଇଜ୍ଜତ ଖରାପ ନ କରିବା ପାଇଁ ବାରମ୍ବାର କହୁଥିବା ଓ ନିଜେ ଜୟନ୍ତୀ କୁ ଶାରୀରିକ ସମ୍ପର୍କ ରଖିବାକୁ କହୁଥିବାରୁ ରୁଖାଡ ଙ୍କୁ ରାସ୍ତାରୁ ହଟାଇବାକୁ ଜୟନ୍ତୀ ପ୍ରେମିକ ସହ ଯୋଜନା କରିଥିବା ପୋଲିସ ସୁତ୍ରରୁ ପ୍ରକାଶ। 
                     ହତ୍ୟା ର ବ୍ଲୁ ପ୍ରିଣ୍ଟ
ଜୟନ୍ତୀ ଙ୍କ ସହ ଗୋପାଳ ମହାନନ୍ଦ ଙ୍କ ସହ ପ୍ରେମ ସମ୍ପର୍କ ସୁଦୃଢ ହୋଇଯିବା ଏବଂ ସେ ଜଣେ ବିଧବା ମହିଳା ଓ ଜଣେ ଶିଶୁଙ୍କ ମାଁ ଥିବାରୁ ଦେଢଶୁର ପ୍ରତିବାଦ କରୁଥିବା ଗୁଁ  ଦେଢଶୁର ରୁଖାଡ କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଜ ପ୍ରେମିକ ଙ୍କ ସହ ମିଶି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ବ୍ଲୁ ପ୍ରିଣ୍ଟ ଅନୁଯାଇ ହତ୍ୟା ହେବାର ଦୁଇଦିନ ତଳେ ରୁଖାଡ ଙ୍କ ସ୍ତ୍ରୀ ତାଙ୍କ ବାପ ଘରକୁ ଯାଇଥିବାରୁ ଆକ୍ରମଣ ସମୟରେ ତାଙ୍କ ଘରେ କେବଳ ତାଙ୍କ ଦୁଇପୁଅ ବୟସ ୯ ଖିରୋଦ ଓ ୬ ବର୍ଷର ସାର୍ଥକ ଥିଲେ । ରୁଖାଡ ଙ୍କ ଖାଇବା , ପିଇବା , ଶୋଇବା ଏ ସମସ୍ତ ଇନଫରମେଶନ ଜୟନ୍ତୀ ତା ପ୍ରେମିକ ଗୋପାଳ କୁ ଦେଇଥିଲା । ଏହାର ସୁଯୋଗ ନେଇ ପ୍ରେମିକ ତା ସାଙ୍ଗରେ ତିନିଜଣ ଯୁବକଙ୍କୁ ଭୀମ ଓରଫ ରୁପେଶ ଛୁରା (୧୯) , କହ୍ନେୟା ତାଣ୍ଡି (୨୭) , ଭାଲା ଓରଫ ଓମକାର ସୁନା (୨୩) କୁ ଏ ବିଷୟରେ କହି ସାଙ୍ଗରେ ନେଇ ଗୁରୁବାର ରାତି ରୁଖାଡ ଙ୍କ ଘରକୁ ପହଞ୍ଚିଥିଲା ପ୍ରେମିକ ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ମୋବାଇଲ ରେ କଥା ହେଉଥିଲା ଜୟନ୍ତୀ। ଘରକୁ ପହଞ୍ଚିବା ପରେ ସମସ୍ତଙ୍କୁ ପାଣି ପିଇବାକୁ ଦେଇଥିଲା ଜୟନ୍ତୀ। ନିଜେ ଜୟନ୍ତୀ ମହଜୁଦ ରହି ହତ୍ୟାକାଣ୍ଡ ଭିଆଇ ଥିଲା। ପରେ ନିଜ ଶୋଇବା କୋଠରୀ କୁ ଯାଇ କିଛି ଜାଣିନଥିବା ଭଲି ବେଶ ଆରାମରେ ଶୋଇଥିଲା। 

ହତ୍ୟା ସମୟରେ ଦୁଇ ପୁଅ ମଧ୍ୟ ପାଖରେ ଶୋଇଥିଲେ 
ସାନପୁଅ ହୁଏତ ନିଘୋଡ଼ ନିଦରେ ଶୋଇ ଯାଇଥିଲା କିମ୍ବା ଡରିଯାଇ ଉଠିନଥିଲା କିନ୍ତୁ ବଡ଼ପୁଅ ବାପା କୁ ମାରୁଥିବା ଦେଖି ଚିତ୍କାର କରିବାରୁ ଦୁର୍ବୃତ୍ତ ମାନେ ତାକୁ ମଧ୍ୟ ମାଡ ମାରିଥିବା ଯୋଗୁଁ ହାତ ଫୁଲି ଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ବୃତ୍ତ ମାନେ ହତ୍ୟା କରି ଫେରାର ହେବାପରେ ବଡ଼ପୁଅ ଖିରୋଦ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସିଥିଲେ । 

ରଖେ ହରି ତ ମାରେ କିଏ , ବାପା ଙ୍କ ସହ ଶୋଇଥିବା ଦୁଇ ପୁଅ ଙ୍କୁ ଛାଡ଼ିଦେଲେ ଦୁର୍ବୃତ୍ତ। 
କଥାରେ ଅଛି ରଖେ ହରି ତ ମାରେ କିଏ। ତାହା ଏହି ଘଟଣାରୁ ସତ ହୋଇଛି । ଆଜି ପର୍ଯ୍ୟନ୍ତ ଯେତେ ବି ହତ୍ୟା ଘଟଣା ହୋଇଛି ହତ୍ୟା ସମୟରେ ଦେଖିଥିବା କିମ୍ବା ସାଙ୍ଗରେ ଥିବା ଛୋଟ ବଡ଼ ଯିଏ ବି ହେଉନା କାହିଁକି ହତ୍ୟା କାରି ମାନେ ପ୍ରାୟତଃ ହତ୍ୟା କରି ଫେରାର ହୁଅନ୍ତି। ହେଲେ ଏହି ଘଟଣାରେ ଓଲଟା ହୋଇଛି ବଡ଼ପୁଅ କୁ ମାଡ ମାରିଥିଲେ ହେଁ ଦୁଇ ପୁଅ ଭଲ ଅଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତୀ ରେ ନୂତନ ବିଦ୍ଯାଳୟ ପରିଚାଳନା କମିଟି ଗଠନ,   19-Jul-2026
  ଜିଲ୍ଲା  
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଏକ ପ୍ରୟାସ   19-Jul-2026
  ଜିଲ୍ଲା  
ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର   18-Jul-2026
  ଜିଲ୍ଲା  
କବୟତ୍ରୀ ସରସ୍ବତୀ ମିଶ୍ର ଙ୍କ " ଛନେ ଆ" କୋସଲି କବିତା ବହି ମୁକୁଲାନ   18-Jul-2026
  ଜିଲ୍ଲା  
ପ୍ରଦୂଷଣ ନିୟମ ଉଲ୍ଲଂଘନ : ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି   18-Jul-2026
  ଜିଲ୍ଲା  
ଚାଷୀଙ୍କ ଜମିରେ ରାସ୍ତା ! କ୍ଷତିପୁରଣ ଦାବୀ ନେଇ ରାସ୍ତାରେ କଂଟାବାଡ ରୋଗୀ ନେଇ ଆସୁଥୁବା ଆମ୍ବୁଲାନ୍ସ ଫେରିଗଲା, ତଦନ୍ତ ଜାରି   18-Jul-2026
  ଜିଲ୍ଲା  
ବରପାଲି ରେ ପଞ୍ଚାୟତ ସମିତି ବୈଠକ   18-Jul-2026
  ଜିଲ୍ଲା  
*ଚୋରା ଚାଲାଣ ବେଳେ ୮୩ ମହିଷି ଉଦ୍ଧାର*   18-Jul-2026
  ଜିଲ୍ଲା  
*ସର୍ବଭାରତୀୟ ନିଟ ୟୁଜି ପରୀକ୍ଷାରେ ଆଶିର୍ବାଦ ଙ୍କ କମାଲ*   18-Jul-2026
  ଜିଲ୍ଲା  
*ଓଡ଼ିଶା ସାମ୍ୱାଦିକ ସଂଘ ପକ୍ଷରୁ ବଲାଙ୍ଗିର ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ*-   18-Jul-2026
  ଜିଲ୍ଲା  
ନର୍ଲା ଆଦର୍ଶ ବିଦ୍ୟାଳୟର ଛାତ୍ରଙ୍କ ଜାତୀୟ ସ୍ତରରେ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ   18-Jul-2026
  ଜିଲ୍ଲା  
*ଦୁର୍ଘଟଣା ରେ ଅଙ୍ଗନବାଡି କର୍ମୀ ମୃତ,ଅଙ୍ଗନବାଡି ସଂଘ ତରଫରୁ ଜାତୀୟ ରାଜପଥ ଅବରୋଧ*   18-Jul-2026

You Might Also Like