-+91-9937148622 |
prerana_bgr@rediffmail.com |
Saturday 21st March 2026 |
R.N.I. Regd No. ODIODI/2010/46693
Breaking News
24-Dec-2023
ବୀରମହାରାଜପୁର ,(ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ପରିସରରେ ଥିବା ବେଡମିଣ୍ଟନ କୋଟ ରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ମ୍ୟାଚ୍ କୁ ଏ ଏସ ଆଇ ସନ୍ତୋଷ କୁମାର ଗୌଡ ଉଦଘାଟନ କରିଥିଲେ । ଏହି ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ତେର ଗୋଟି ଦଳ ସାମିଲ ହୋଇଛନ୍ତି। ଉଦ୍ଘାଟନୀ ମ୍ୟାଚରେ ସୁବଳୟା ର କାନହା ଓ ପାଟନର୍ ଦେଉଳମୁଣ୍ଡା ର ସତ୍ୟ ଓ ପାର୍ଟନର କୁ ପରାସ୍ତ କରିଥିଲେ। ମ୍ୟାଚ୍ ରେ ଜଗନ୍ନାଥ, ପ୍ରମୋଦ , ଜଗା , ପରିତୋଷ, ରମାକାନ୍ତ , ଗିରିଧାରୀ,ରାଜା, ଦିଲ୍ଲୀପ, ଗୋପୀ , ମନ , ରାଧାକାନ୍ତ, ଜଗନ୍ନାଥ , ମନୋଜ , ବିଚିତ୍ରା, ଗଙ୍ଗାଧର , ବୃଷକେତୁ, ରାମେଶ୍ବର, ପ୍ରଦ୍ୟୁମ୍ନ ପ୍ରମୁଖ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ । ଖେଳକୁ କିଶୋର ମୋହନ ଡାଙ୍ଗ ପରିଚାଳନା କରିଥିଲେ ।