-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
23-Dec-2023
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ର ଖୁଡୁକ ପଂଚାୟତ ଖୁଡୁକ ଗ୍ରାମରେ ରାମସୁଲାବାଇ ଗଣ୍ଡ ଯାହାଙ୍କ ବୟସ ୫୧ ବର୍ଷ ହେବ, ରାମସୁଲାବାଇ ଗଣ୍ଡ ରାତିରେ ଖାଇ ସାରି ଶୋଇଥିବା ବେଳେ ହଟାତ ରାତି ୯ ଟା ସମୟରେ କେଁଉଆଡୁ ଏକ ହାତୀ ଆସି ମହିଳା ଙ୍କ ଘର ଉପରେ ଆକ୍ରମଣ କରି ମହିଳା ଙ୍କୁ ଦଳି ମାରିଦେବା ସହ ଆଖପାଖ ଘର ସମ୍ପୂର୍ଣ ନଷ୍ଟ କରିଦେଇଛି, ବନବିଭାଗ ର ଖାମଖିଆଳି ଯୋଗୁଁ ବାରମ୍ବାର ରାଇଘର ସୀମାନ୍ତବର୍ତ୍ତୀ ଗାଁ ଗୁଡିକରେ ହାତୀ ଲୋକଙ୍କୁ ଆକ୍ରମଣ କରୁଥିବା ଘଟଣା ସାମନାକୁ ଆସିଛି, ବନବିଭାଗ ର କୌଣସି କର୍ମଚାରି ରାତିରେ ଡିଉଟି କରୁନଥିବାର ଏହି ଘଟଣା ରୁ ଜଣା ପଡୁଛି, ସକାଳେ ଏହି ଖବର ପାଇଁ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ସନରାଜ ଗଣ୍ଡ ପହଞ୍ଚିଥିବାର ଦେଖିବାକୁ ମିଳିଛି।