-+91-9937148622 |
prerana_bgr@rediffmail.com |
Sunday 22nd March 2026 |
R.N.I. Regd No. ODIODI/2010/46693
Breaking News
23-Dec-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜେଜେଏସସି ଆନୁକୁଲ୍ୟରେ ହେଉଥିବା ୨୭ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଶନିବାର ଥିଲା ଦ୍ଵିତୀୟ ଦିବସ। ଶନିବାର ମ୍ୟାଚ୍ ଟି ଏସଡିସିଏ ସୋନପୁର ଓ ଏନଏନଏସ କ୍ରିକେଟ ଏକାଡେମି ଏହ୍ଲାବାଦ ମଧ୍ୟରେ ହୋଇଥିଲା। ଏହ୍ଲାବାଦ ଦଳ ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭର ରେ ୬ ଟି ଉଇକେଟ ହରାଇ ୧୩୭ ରନ କରିଥିଲା। ଦଳର ନିଶାନ୍ତ ସିଂ ୬୯,ସୌରଭ ଶୁକ୍ଳା ୨୬ ରନ କରିଥିଲେ। ସୋନପୁର ର ସୁମନ ମହାରଣା ୩ଟି ଓ ୱାଲଟିଅର ଟପ୍ପୋ ୨ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ୧୩.୫ ଓଭର ରେ ୪ ଉଇକେଟ ହରାଇ ୧୩୮ ରନ କରି ଥିଲା। ଦଳର ବିକାଶ ଚୌଧୁରୀ ୩୯ ବଲରୁ ୮୩ ରନ ଓ ୱାଲଟିଅର ଟପ୍ପୋ ୨୩ ରନ କରିଥିଲେ। ବିପକ୍ଷ କ୍ରିଷ୍ଣା ସରୋଜ, ଏମଡି ଉମର, ପ୍ରକାଶ ସିଂ ଓ ଦୀପଙ୍କର ସିଂ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ଏହ୍ଲାବାଦ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୫ ଉଇକେଟ ହରାଇ ୧୧୦ ରନ କରିଥିଲା। ଦଳର ନିଶାନ୍ତ ସିଂ ୨୧ ବଲରୁ ୬୧ରନ ଓ ଆଶିଷ ରତ୍ନମ ୨୧ ରନ କରିଥିଲେ। ବିପକ୍ଷ ସୋନପୁର ର ୱାଲଟିଅର ଟପ୍ପୋ ୨ଟି ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୭ ଉଇକେଟ ହରାଇ ୬୮ ରନ କରିଥିଲା। ଦଳର ପୁରୁଷୋତ୍ତମ ପାତ୍ର ୨୦ ଓ ଶଙ୍କର ସେଠୀ ୧୪ ରନ କରିଥିଲେ। ଏହ୍ଲାବାଦ ର ବିକାଶ ଚୌହାନ ୩ଟି ଓ ଦୀପଙ୍କର ସିଂ ୨ ଟି ଉଇକେଟ ନେଇଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର -୨ ଓଭର ଖେଳା ଯାଇଥିଲା।
ଏଥିରେ ଏହ୍ଲାବାଦ ଦଳ ୧୬ ରନ କରିଥିବା ବେଳେ ସୋନପୁର ଦଳ ୧୧ ରନ କରି ପରାସ୍ତ ହୋଇଥିଲା। ଫଳରେ ଏହ୍ଲାବାଦ ଦଳ ପ୍ରଥମ ଦଳ ଭାବେ ସେମି ଫାଇନାଲ ରେ ପ୍ରବେଶ କରିଛି। ପୀତାମ୍ବର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ କ୍ରୀଡାବିତ ରମଣ ପ୍ରଧାନ,ପ୍ରୟାସ ସଙ୍ଗଠନ ର ସଭାପତି ରାଧେଶ୍ୟାମ ମିଶ୍ର,ଶିକ୍ଷକ କାଲାଚାନ୍ଦ ପ୍ରଧାନ ଓ ଶ୍ରୀନିବାସ ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ।