-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
04-Oct-2020
କେନ୍ଦୁଝର, 04/10- ପାହାଡ଼ ଉପରେ ମଞ୍ଚା। ଆଉ ମଞ୍ଚା ଉପରେ ଭବିଷ୍ୟତ ଗଢ଼ିବା ଚେଷ୍ଟାରେ ଆଦିବାସୀ ମୂଲକର ଭବିଷ୍ୟତ। ଗାଁରେ ନେଟ୍ଓ୍ୱାର୍କ ନଥିବାରୁ ପିଲାଙ୍କୁ ଏପରି ଫଣ୍ଡା ଆପଣାଇବାକୁ ପଡ଼ୁଛି। ଆଉ କେଉଁଛି ସ୍ମାର୍ଟଫୋନ ନଥିବାରୁ ପିଲାମାନେ ପାଠ ପଢ଼ା ଛାଡ଼ି ଦେଇ ବାପା-ମାଆଙ୍କୁ କାମରେ ସହଯୋଗ କରୁଛନ୍ତି! କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ କୃଷ୍ଣପୁର ଗାଁ। ଏହି ଗାଁରେ ମୋବାଇଲ ନେଟ୍ୱାର୍କ ନାହିଁ। ତେଣୁ ଗାଁ ଲୋକେ ମୋବାଇଲ୍ ଠିକ୍ ଭାବେ କାମ କରୁନି। ତାହାହେଲେ ଏଠି ପିଲାମାନେ କେମିତି ପଢ଼ିବେ ଅନ୍ଲାଇନ୍ ପାଠ? ତେଣୁ ଗାଁ ପାଖରେ ପାହାଡ଼ ଉପରେ ବନ୍ଧା ଯାଇଛି ମଞ୍ଚା। ଆଉ ପିଲାମାନେ ପାହାଡ଼ ଉପରକୁ ଯାଇ ବଞ୍ଚାରେ ବସି ପାଠ ପଢ଼ୁଛନ୍ତି। ଉପାୟ ବା କଣ ରହିଛି? ସେପଟେ ଗାଁରେ ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ୍ ଫୋନ୍ ଧରିବାର ସାମର୍ଥ ନାହିଁ। ଏପରି ସ୍ଥିତିରେ ଭୁବନେଶ୍ୱରରେ ରହି ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଗାଁ ଝିଅ ପାନ ମାଝୀଙ୍କ ସହଯୋଗ ଲୋଡିଲେ ପିଲାଏ। ଏବେ ତାଙ୍କ ମୋବାଇଲରେ ମଞ୍ଚାରେ ବସି ପାଠ ପଢ଼ୁଛନ୍ତି ସମସ୍ତେ। ଗୋଟିଏ ମୋବାଇଲ୍ରେ ସବୁ ପିଲା ଚାରି ପଟେ ଘେରି ବସି ପାଠ ପଢ଼ୁଛନ୍ତି