-+91-9937148622 |
prerana_bgr@rediffmail.com |
Saturday 11th April 2026 |
R.N.I. Regd No. ODIODI/2010/46693
Breaking News
15-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି |ଏହି ଅବସରରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଙ୍କ ସଭାପତିତ୍ବ ଆୟୋଜିତ ସଚେତନତା ସଭାରେ ବିଦ୍ୟାଳୟ ର ଶକ୍ତି କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ଉମାକାନ୍ତ ପରିଡା ଉକ୍ତ ଦିବସ ପାଳନ ର ଆଭିମୁଖ୍ୟ ଓ ଶକ୍ତି ସଙ୍କଟ ଓ ଏହାର ସଂରକ୍ଷଣ ଉପରେ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ |ଏହି ଅବସରରେ ଶକ୍ତି ସଂରକ୍ଷଣ ଉପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା କରାଯାଇଥିଲା |ଏଥିରେ ପ୍ରବନ୍ଧ ବିଭାଗରେ ବୈଶାଳୀ ପୁରୋହିତ, ଶୀଲି ଖେତୀ,ଶୁଭମ ପ୍ରଧାନ ଓ ବୈଭବ ମହାନନ୍ଦିଆ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ଯୁଗ୍ମ ତୃତୀୟ ପୁରସ୍କାର ଗ୍ରହଣ କରିଥିବା ବେଳେ କୁଇଜ ରେ ରାହୁଲ ତ୍ରିପାଠୀ, ଶ୍ରୀତମ ଦଳବେହେରା ଓ ରାମକୁମାର ପ୍ରଧାନ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ |
ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ |ଉକ୍ତ ଶୋଭାଯାତ୍ରାରେ ଶିକ୍ଷୟିତ୍ରୀ ନିରୁପମା ମହାପାତ୍ର,ସଂଗୀତା ଦଣ୍ଡସେ,ଜସ୍ମିତା ସ୍ମିତା ଦେବୀ,ସୋନାଲି ପ୍ରିୟଦର୍ଶିନୀ,ଶିକ୍ଷକ ରିଙ୍କୁ ଝାଙ୍କର, ପ୍ରଣବ ଦିଗାଲ,ରାଜେନ୍ଦ୍ର ମାଝୀ, ଖେଳ ଶିକ୍ଷକ ଅରୁଣ ଖଟୁଆ,ଚିନ୍ମୟ ସାହୁ, ମିଥୁନ ନାଏକ, ସନତ ରଣା ପ୍ରମୁଖ ଶୋଭାଯାତ୍ରା ରେ ସାମିଲ ହୋଇ ସହଯୋଗ କରିଥିଲେ |