-+91-9937148622 |
prerana_bgr@rediffmail.com |
Monday 13th April 2026 |
R.N.I. Regd No. ODIODI/2010/46693
Breaking News
14-Dec-2023
ବଲାଙ୍ଗିର : ଦୁଇଦିନ ଧରି ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ଚୁଡାପାଲି ର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପ ସଭାପତି କ୍ଷେତ୍ରବାସୀ ଭୋଇ ଦ୍ୱୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ଶ୍ରୀ ସୁର୍ଯ୍ୟମଣି ମେହେର ଉପସ୍ଥିତ ରହି ଶିଶୁ ମାନଙ୍କୁ କ୍ରୀଡା ର
ମହତ୍ଵ ବିଷୟରେ ଧାରଣା ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶମ୍ଭୁପ୍ରସାଦ ମହାକୁର ଅତିଥି ଅଧିକାରୀ ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ ସ୍ଥାନୀୟ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କୁସଳେଶ୍ବର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କୃତୀ ପ୍ରତିଭାଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।ବାଲବର୍ଗ ର ସଚିନ ନାଏକ ଭଉଣୀ ନବ୍ୟରଣୀ ସାହୁ ଓ ଶିଶୁବର୍ଗ ର ଚିକୁ ଗୌଡ଼ ଓ ଜ୍ୟୋତିରାଣୀ କୁମୁରା ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ ।
ସମସ୍ତ ଗୁରୁଜୀ ଗୁରୁମା ମାନେ କ୍ରୀଡା ପରିଚାଳନା କରିଥିଲେ। ଶାରିରୀକ ଗୁରୁଜୀ ଶ୍ରୀ ପବିତ୍ର ବାରିକ ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା। ପରିଚାଳନା ସମିତି ର ସମସ୍ତ ସଭ୍ୟ ସଭ୍ୟା, ଗୁରୁଜୀ ଗୁରୁମା ଓ ସେବିକା ମାନଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା ।