-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
12-Dec-2023
ବଲାଙ୍ଗୀର: ଆୟକର ଫାଙ୍କି ଅଭିଯୋଗରେ ଆଇ ଟି ଚଢ଼ଉ ଓ ପ୍ରାୟ ୩ଠଠ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଘଟଣାରେ ଉଭୟ ବିଜେଡି ଓ କଂଗ୍ରେସ ଦଳର ଲିଙ୍କ ରହିଛି ବୋଲି ବିଜେପି ଅଭିଯୋଗ କରିଛି । କୋଟି କୋଟି ଟଙ୍କାର ଏହି ମଦ ଦୁର୍ନୀତିର ସିବିଆଇ କିମ୍ବା ଇଡି ତଦନ୍ତ ଦାବିରେ ଆଜି ବଲାଙ୍ଗୀର ବିଜେପି ପକ୍ଷରୁ ସ୍ଥାନୀୟ
ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।ଏହି ଘଟଣାରେ ସଂପୃକ୍ତ ଥିବା ଝାରଖଣ୍ଡର ସାଂସଦ ଧୀରଜ ସାହୁଙ୍କ ସମେତ ବଲାଙ୍ଗୀର ଅନ୍ୟ ସହଯୋଗୀ ମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ଦାବି କରିଛି । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କଳାଧନ ଗଛିତ କରାଯାଇଥିଲା ଏବଂ ଏଥିରେ ଉଭୟ କଂଗ୍ରେସ ଓ ବିଜେଡିର ହାତ ରହଛି ବୋଲି ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । ଆଜି ଶ୍ରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି
ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନୀ ପଣ୍ଡା, ରଶ୍ମିରେଖା ଦାନୀ, ରଂଜିତା ମିଶ୍ର, ଦେବବ୍ରତ ସିଂନୀନା, ଚିତ୍ତରଞ୍ଜନ ବଗର୍ତ୍ତୀ, ଅଶୋକ ବାଗ, ଅମରଜିତ ପଟେଲ , ସୁଧlରାଣୀ ସ୍ଵାଇଁ, ପାର୍ଥ କରନ, ଅଭିଷେକ ସୋନି, ବିଜେପି ନେତା ଶିବଦତ୍ତ ମିଶ୍ର , ଅନିତା ମିଶ୍ର ,ପୀତାମ୍ବର ଖମାରୀ ଦୀନେଶ ଶର୍ମା ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଥିଲେ ।