-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
12-Dec-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ )- ମହିଳା ଥାନା ଅଧିକାରୀ ଙ୍କ ନେତୃତ୍ବ ରେ ଗତ ସୋନପୁର ପୋଲିସ୍ କୁ ଏକ ବଡ ସଫଳତା ମିଳିଛି l ୧୨ ଟି ଚୋରି ବାଇକ ଜବତ ସହ ଏଥିରେ ସମ୍ପୃକ୍ତ ଥିବା ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତ ରଞ୍ଜନ ପାଣିଗ୍ରାହୀ (୪୭) ଓରଫ ବାବୁ କୁ ଗିରଫ କରିଛି ସୋନପୁର ପୋଲିସ। ସୁଚନା ଅନୁସାରେ ବୀରମହାରାଜପୁର ଷଣ୍ଢl ଗ୍ରାମ ର ରାଜ କିଶୋର ଡାଙ୍ଗ୍ ଙ୍କ ବାଇକ୍ ( ଓ ଆର ୩୧- ୫୮୮୪ ) ଗତ ୮ ତାରିଖ ସୋନପୁର ଡେଲି ମାର୍କେଟରୁ ଚୋରି ହୋଇଯାଇଥିଲା। ଏ ସମ୍ପର୍କରେ ସେ ସୋନପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ସୋନପୁର ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସୋନପୁର ଭlରପ୍ରlପ୍ତ ଥାନା ଅଧିକାରୀ ପଦ୍ମାସିନି ମେହେର ଙ୍କ ନେତୃତ୍ୱ ରେ ଏ ଏସ ଆଇ ପୀୟୁଷ ନାୟକ ଙ୍କ ସହଯୋଗ ରେ ଅଭିଯୁକ୍ତ ବାବୁ କୁ ଗିରଫ କରି ତା ପାଖରୁ ୧୨ ଗୋଟି ଚୋରି ବାଇକ ଜବତ ହୋଇଥିବା ନେଇ ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସୋନପୁର ଥାନା ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଚୋରି ବାଇକ ଗୁଡିକ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ଅନୁଗୁଳ, ରାଉରକେଲା ଆଦି ଅଞ୍ଚଳରୁ ଚୋରି ହୋଇଥିବା ସୂଚନା ଦେଇଛନ୍ତି। ଏହି ବାଇକ ଚୋରି ରାକେଟ ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏ ନେଇ ତଦନ୍ତ ଚାଲୁ ରହିଥିବା ଓ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇ ଆଇ ସି ପଦ୍ମାସିନୀ ମେହେର ସୂଚନା ଦେଇଛନ୍ତି।